ନୂଆଦିଲ୍ଲୀ: ଚୀନ ସାମଗ୍ରୀ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ଟ୍ରମ୍ପ ପ୍ରଶାସନକୁ ଚିଠି ଲେଖିଲେ ଆମେରକୀୟ କମ୍ପାନୀ । ପୁଣି ଥରେ 2 ଦେଶ ମଧ୍ୟରେ ସୁସମ୍ପର୍କ ଗଢିବା ସହ ବାଣିଜ୍ୟ କାରବାରକୁ ସୁଗମ କରିବାକୁ ପ୍ରଶାସନକୁ 661 କମ୍ପାନୀ ଓ ସଂଗଠନ ଚିଠି ଲେଖିଛନ୍ତି ।
ଟ୍ରେଡୱାର ଯୋଗୁଁ ଟେନସନରେ ଆମେରିକା କମ୍ପାନୀ, ଟ୍ରମ୍ପଙ୍କୁ ଲେଖିଲେ ଚିଠି - companies
ଚୀନ ଟ୍ରେଡୱାର ତୁଟେଇବାକୁ 600 ଆମେରକୀୟ କମ୍ପାନୀ ଟ୍ରମ୍ପ ଚିଠି ଲେଖିଛନ୍ତି । ଆମଦାନୀ ଶୁଳ୍କକୁ ହ୍ରାସ କରି ପୁଣି ଥରେ 2 ଦେଶ ମଧ୍ୟ ବାଣିଜ୍ୟିକ ସମ୍ପର୍କକୁ ସୁଧାରିକୁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଆମଦାନୀ ଶୁଳ୍କ ଉପରେ ଚାଲିଥିବା ଟ୍ରେଡୱାରକୁ ନେଇ ପ୍ରକାଶିତ ବୟାନରେ କୁହାଯାଇଛି ଯେ, 520 କମ୍ପାନୀ ଓ 141 ସଂଗଠନ ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଚିନ୍ତା ଦର୍ଶାଇଛନ୍ତି । ଏହି 2 ଦେଶ ମଧ୍ୟରେ ହେଉଥିବା ତୁ ତୁ ମେମେ ରେ କୃଷକ ଓ ବ୍ୟବସାୟୀ ଅଧିକ ପ୍ରଭାବିତ ହେଉଛନ୍ତି । ବିଶେଷ କରି ଆମେରିକା ଶିଳ୍ପ ଓ କୃଷି ଉପରେ କ୍ଷତି ହେଉଛି । ଯାହାର ପ୍ରଭାବ ସିଧାସଳଖ ଦେଶର ଅର୍ଥବ୍ୟବସ୍ଥା ଉପରେ ପଡୁଛି ବୋଲି କୁହାଯାଇଛି । କାରଣ ପ୍ରତ୍ୟକ୍ଷ ଭାବେ ଏ ସମସ୍ତ ଶୁଲ୍କକୁ ଆମେରିକା କମ୍ପାନୀଙ୍କୁ ଭରିବାକୁ ପଡିଥାଏ । ଏ ନେଇ ବିଚାର କରି ଆସନ୍ତା 17ରେ ଆମେରକି ପ୍ରଶାସନ ଜନ ଶୁଣାଣୀ କରିବ ।
ପ୍ରକାଶ ଥାଉ ଯେ, ମେ ମାସରେ ଆମରିକା ସରକାର ଚୀନର 200 ଅରବ ଡଲାର ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ 10ରୁ 25 ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହା ବ୍ୟତିତ ବାକି 300 ଅରବ ମୁଲ୍ୟର ସମାଗ୍ରୀ ଉପରେ ଆହୁରୀ ଶୁଲ୍କ ଲଗାଇବାକୁ ଚେତାବନୀ ଦିଆଯାଇଛି । ଏହାର ପ୍ରତି ଜବାବରେ ଜୁନଠାରୁ ଚୀନ ମଧ୍ୟ ଆମେରିକାର କେତେକ ବସ୍ତୁ ଉପରେ ଶୁଳ୍କ ବସାଇଛି । ଏହା ଦ୍ବାରା ଆମେରିକାରେ ନିଯୁକ୍ତି କମିବା ସହ ରାଜସ୍ବ ମଧ୍ୟ କମିବା ନେଇ ଆଶଙ୍କା କରାଯାଉଛି ।