ଓଡିଶା

odisha

ETV Bharat / business

31ରୁ ବ୍ୟାଙ୍କ ଧର୍ମଘଟ, ପ୍ରଭାବିତ ହେବ ଏସବିଆଇ ପରିଚାଳନା

ଜାନୁଆରୀ 31ରୁ 2 ଦିନିଆ ରାଷ୍ଟ୍ରବ୍ୟାପୀ ବ୍ୟାଙ୍କ ଧର୍ମଘଟ । ଏହାର ପ୍ରଭାବରେ ପ୍ରଭାବିତ ହେବ ପରିଚାଳନା । ଫଳରେ ବ୍ୟାଙ୍କ ସେବା ମଧ୍ୟ ବାଧାପ୍ରାପ୍ତ ହୋଇପାରେ।

By

Published : Jan 24, 2020, 5:04 PM IST

Operations may be impacted due to bank unions' two-day strike: SBI
31ରୁ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ: ଜାନୁଆରୀ 31ରୁ 2 ଦିନିଆ ରାଷ୍ଟ୍ରବ୍ୟାପି ବ୍ୟାଙ୍କ ଧର୍ମଘଟ । ଏହାର ପ୍ରଭାବରେ ପ୍ରଭାବିତ ହେବ ପରିଚାଳନା । ଫଳରେ ବ୍ୟାଙ୍କ ସେବା ମଧ୍ୟ ବାଧାପ୍ରାପ୍ତ ହୋଇପାରେ। ଶୁକ୍ରବାର ଦେଶର ବୃହତ୍ତମ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏନେଇ ସୂଚନା ଦେଇଛି ।

ତେବେ ବ୍ୟାଙ୍କ ପକ୍ଷରୁ ବିଏସଇ(ବମ୍ବେ ଷ୍ଟକ ଏକ୍ସଚେଞ୍ଜ) କୁହାଯାଇଛି କି, ତାର ସମସ୍ତ ଅଫିସ ଓ ଶାଖାର ପରିଚାଳନା ସ୍ବାଭାବିକ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି । ହେଲେ ରାଷ୍ଟ୍ରବ୍ୟାପି ଏହି ଧର୍ମଘଟ ହେଉଥିବାରୁ ଏହାର ପ୍ରଭାବ ଆଂଶିକ ଭାବେ ପଡିପାରେ ।


ପ୍ରକାଶ ଯେ, ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ସହ ବେତନ ସଂଶୋଧନ ଓ ଅନ୍ୟାନ୍ୟ ଦାବିକୁ ନେଇ ହୋଇଥିବା ଆଲୋଚନା ବିଫଳ ଯୋଗୁଁ ୟୁବିଏଫୟୁ ଜାନୁଆରୀ 31ରୁ ଦୁଇ ଦିନିଆ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି । ଏପରିକି ଫେବୃଆରୀ ପହିଲାରେ ବଜେଟ ଆଗତ ହେଉଥିଲେ ବି ବ୍ୟାଙ୍କ ବନ୍ଦ ରହିବ ।

ABOUT THE AUTHOR

...view details