ନୂଆଦିଲ୍ଲୀ: ସୁନା ଗହଣା ବ୍ୟବସାୟୀଙ୍କ ପଞ୍ଜୀକରଣ ଏବଂ ଲାଇସେନ୍ସ ନବୀକରଣ ତଥା ହଲମାର୍କିଂ କେନ୍ଦ୍ରଗୁଡିକର ମାନ୍ୟତା ପାଇଁ ଏକ ଅନଲାଇନ ସିଷ୍ଟମ ଆରମ୍ଭ କରିଛନ୍ତି କେନ୍ଦ୍ର ଉପଭୋକ୍ତା ଏବଂ ଖାଦ୍ୟ ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାସଓ୍ବାନ । ଏହି ଅନଲାଇନ ସିଷ୍ଟମ ଦ୍ବାରା ଉଦ୍ୟୋଗୀମାନଙ୍କ ପାଇଁ ବ୍ୟବସାୟ କରିବା ସହଜ କରିବ |
ରାମ ଭିଳାସ ପାସୱାନ କହିଛନ୍ତି ଯେ ସୁନା ଅଳଙ୍କାର ଏବଂ କଳାକୃତିର ହଲମାର୍କ ଚିହ୍ନ ବାଧ୍ୟତାମୂଳକ ହୋଇଛି । ଏପରିସ୍ଥିତିରେ ଗହଣା ପଞ୍ଜୀକରଣ ପାଇଁ ଗହଣା ବ୍ୟବସାୟୀଙ୍କ ସଂଖ୍ୟା 31 ହଜାରରୁ 5 ଲକ୍ଷକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସମଗ୍ର ଲାଇସେନ୍ସ ପ୍ରକ୍ରିୟା ସ୍ବୟଂଚାଳିତ ହୋଇଛି ।