ଓଡିଶା

odisha

By

Published : Feb 6, 2021, 8:56 PM IST

ETV Bharat / business

ଶୀଘ୍ର ସମାଧାନ ହେବ ଗ୍ରାହକଙ୍କ ସମସ୍ୟା, ଲାଗୁ ହେବ ଏକ ରାଷ୍ଟ୍ର-ଏକ ଲୋକପାଳ

ଗୋଟିଏ ପ୍ଲାର୍ଟଫର୍ମରେ ଗ୍ରାହକଙ୍କ ଅଭିଯୋଗ ସମାଧାନ ହେବ । ଏଥିଯୋଗୁଁ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଲାଗୁ ହେବ ‘ଏକ ରାଷ୍ଟ୍ର, ଏକ ଲୋକପାଳ ’ ବ୍ୟବସ୍ଥା । ଏ ନେଇ ନିର୍ଣ୍ଣୟ ନେଇ ଘୋଷଣା କରିଛି ଆରବିଆଇ । ଅଧିକ ପଢନ୍ତୁ..

ଶୀଘ୍ର ସମାଧାନ ହେବ ଗ୍ରାହକଙ୍କ ସମସ୍ୟା, ଲାଗୁ ହେବ ଏକ ରାଷ୍ଟ୍ର, ଏକ ଲୋକପାଳ
ଶୀଘ୍ର ସମାଧାନ ହେବ ଗ୍ରାହକଙ୍କ ସମସ୍ୟା, ଲାଗୁ ହେବ ଏକ ରାଷ୍ଟ୍ର, ଏକ ଲୋକପାଳ

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ ପ୍ରଣାଳୀରେ ରିଜର୍ଭ ବ୍ୟାଙ୍କ ଆଣିଲା ବଡ ସଂସ୍କାର । ଏଣିକି ଗ୍ରାହକଙ୍କ ଅଭିଯୋଗ ସମାଧାନ ପାଇଁ 3 ଟି ନୁହେଁ ବରଂ ରହିବ ଗୋଟିଏ ଲୋକପାଳ । ଗୋଟିଏ ରାଷ୍ଟ୍ର , ଗୋଟିଏ ବ୍ୟାଙ୍କ ଲୋକପାଳ ’ ନିୟମ ଲାଗୁ ପାଇଁ ଘୋଷଣା କରିଛି ଆରବିଆଇ ।

ଆରବିଆଇ କହିଛି କି, ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଗ୍ରାହକଙ୍କ ଅଭିଯୋଗ ନିବାରଣ ପ୍ରଣାଳୀର ଏକତ୍ରୀକରଣ କରିବା ଆବଶ୍ୟକ ରହିଛି । ଏବେ ଦେଶର ବ୍ୟାଙ୍କିଙ୍ଗ ପ୍ରଣାଳୀରେ 3 ଅଲଗା ଅଲଗା ଲୋକପାଳ (ombudsman) ରହିଛି । ଏହି ବ୍ୟାଙ୍କ ଲୋକପାଳ ବ୍ୟାଙ୍କିଙ୍ଗ, ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି) ତଥା ଡିଜିଟାଲ ନେଣଦେଣ ପାଇଁ ରହିଥାଏ । ତେବେ ବିବାଦ ସମାଧାନ ଢାଞ୍ଚାକୁ ସରଳ କରିବା ପାଇଁ ଆରବିଆଇ ଗୋଟିଏ ଲୋକପାଳ ଆଣିବା ନେଇ ଶୁକ୍ରବାର ମୁଦ୍ରାନୀତି କମିଟି ବୈଠକ ପରେ କହିଛି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି କି, ଏକ କେନ୍ଦ୍ରୀୟ ସନ୍ଦର୍ଭରେ ଏକତ୍ରୀକରଣ ଯୋଜନା ଅଧିନରେ ବ୍ୟାଙ୍କ, ଏନବିଏଫସି ତଥା ପ୍ରିପେଡ ପେମେଣ୍ଟ ସମାଧାନ ମୁହାଁ କରୁଥିବା ଅଣ ବ୍ୟାଙ୍କିଙ୍ଗ କମ୍ପାନୀର ଗ୍ରାହକଙ୍କୁ ସେମାନଙ୍କ ଅଭିଯୋଗର ସମାଧାନ ପାଇଁ ଗୋଟିଏ ପ୍ଲାର୍ଟଫର୍ମ ପ୍ରଦାନ କରିବା ଏହି ପଦକ୍ଷେପର ଲକ୍ଷ୍ୟ ।

ରିଜର୍ଭ ବ୍ୟାଙ୍କ ଇ-ଇଣ୍ଟିଗ୍ରେଟେଡ ବ୍ୟାଙ୍କ ଲୋକପାଳ ଯୋଜନାକୁ 2021 ଜୁନରୁ ଆରମ୍ଭ କରିବାକୁ ଯାଉଛି । ଦାସ କହିଛନ୍ତି କି ଆର୍ଥିକ ଉପଭୋକ୍ତା ସଂରକ୍ଷଣର ଗୁରୁତ୍ବ ପଲିସି ମେକିଂ କ୍ଷେତ୍ରରେ ବଢିଛି । ରିଜର୍ଭ ବ୍ୟାଙ୍କ ଏହା ଉପରେ କାମ କରୁଛି । ‘‘ ଉପଭୋକ୍ତା ସଂରକ୍ଷଣ ଉପରେ ବୈଶ୍ବିକ ପଦକ୍ଷେପର ଅନୁରୂପ ଆରବିଆଇ ବିନିୟମିତ ସଂସ୍ଥାକୁ ଅଭିଯୋଗ ନିବାରଣ ପ୍ରଣାଳୀକୁ ମଜବୁତ କରିବା ପାଇଁ ଅନେକ ପଦକ୍ଷେପ ନେଇଛି ।

ABOUT THE AUTHOR

...view details