ଓଡିଶା

odisha

By

Published : Jan 3, 2022, 9:21 AM IST

ETV Bharat / business

ରାଜ୍ୟରେ GST ସଂଗ୍ରହରେ ୪୩% ଅଭିବୃଦ୍ଧି

ଅର୍ଥନୀତିରେ ଅଭିବୃଦ୍ଧି ହେଲେ ଦେଶର ଅଗ୍ରଗତି ହୋଇଥାଏ । ଏ ନେଇ ଅର୍ଥନୀତିର ଭିତ୍ତିଭୂମି ସଜାଡିବ ସହ ସାମଗ୍ରୀ ଓ ସେବା ଶୁକ୍ଳ(GST)କୁ ଗୁରୁତ୍ବ ଦିଆଯାଏ । ରାଜ୍ୟ ଜିଏସଟି ସଂଗ୍ରହ କ୍ଷେତ୍ରରେ ଆୟ ୪୩%କୁ ବୃଦ୍ଧି ହୋଇଛି (Odisha records 43 pc growth rate in GST collection ) । ଅଧିକ ପଢନ୍ତୁ

ରାଜ୍ୟରେ GST ସଂଗ୍ରହରେ ୪୩% ଅଭିବୃଦ୍ଧି
ରାଜ୍ୟରେ GST ସଂଗ୍ରହରେ ୪୩% ଅଭିବୃଦ୍ଧି

ଭୁବନେଶ୍ବର: ଅର୍ଥନୀତିରେ ଅଭିବୃଦ୍ଧି ହେଲେ ଦେଶର ଅଗ୍ରଗତି ହୋଇଥାଏ । ଏ ନେଇ ଅର୍ଥନୀତିର ଭିତ୍ତିଭୂମି ସଜାଡିବ ସହ ସାମଗ୍ରୀ ଓ ସେବା ଶୁକ୍ଳ(GST)କୁ ଗୁରୁତ୍ବ ଦିଆଯାଏ । ରାଜ୍ୟ ଜିଏସଟି ସଂଗ୍ରହ କ୍ଷେତ୍ରରେ ଆୟ ୪୩%କୁ ବୃଦ୍ଧି ହୋଇଛି (Odisha records 43 pc growth rate in GST collection ) । ୨୦୨୧ ଡିସେମ୍ବର ସୁଦ୍ଧା ମୋଟ ୪୦୮୦.୧୪ କୋଟି ଟଙ୍କାର ଶୁକ୍ଳ ଆଦାୟ ହୋଇଛି ।

୨୦୨୦ରେ ମଧ୍ୟ ଜିଏସଟି ଆଦାୟ ୨୮୬୦.୨୦ କୋଟି ଟଙ୍କା ରହିଥିଲା । ରାଜ୍ୟ ଜିଏସଟି ଆଦାୟରେ କ୍ରମାଗତ ଚତୁର୍ଥ ଥର ପାଇଁ ରେକର୍ଡ ପରିମାଣର ସଂଗ୍ରହ ହୋଇଛି । ଜିଏସଟି ଶୁଭାରମ୍ଭ ହେବା ପରେ ଏହା ହେଉଛି ଦ୍ବିତୀୟ ବୃହତ ଜିଏସଟି ସଂଗ୍ରହ । ଡିସେମ୍ବର ୨୦୨୧ରେ ୩୨, ୧୧୩ କୋଟି ହୋଇଥିବାବେଳେ ଗତ ବର୍ଷ ଏହି ସମୟରେ ୨୦, ୦୮୯ କୋଟି ଆଦାୟ କରାଯାଇଥିଲା । ପୂର୍ବ ବର୍ଷ ତୁଳନାରେ ୨୦୨୧ ୬୦% ଅଧିକ ଶୁକ୍ଳ ଆଦାୟ ହୋଇଛି।

ଜିଏସଟି ସଂଗ୍ରହ ବୃ୍ଦ୍ଧିରେ ମୁଖ୍ୟ ସ୍ରୋତ ହେଉଛି ଖଣି ଓ ଉତ୍ପାଦନକାରୀ କ୍ଷେତ୍ର । ଜିଏସଟି ପୈଠ କରିବାରେ ୧୦୦ଜଣ ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନରୁ ଚଳିତ ଆର୍ଥିକ ବର୍ଷରେ ୮୫୯୫ କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ ତାହା ଗତ ବର୍ଷ ୨୦୨୦-୨୧ ଆର୍ଥିକ ବର୍ଷରେ ୪୭୧୪ କୋଟି ଟଙ୍କା ଥିଲା । ଉତ୍ପାଦନକାରୀ କ୍ଷେତ୍ରରେ ୧୪୨ ପ୍ରତିଶତ ଅଭିବୃଦ୍ଧି ହୋଇଛି ।

ଅଭିବୃଦ୍ଧି ହାସଲର ପ୍ରମୁଖ କାରଣ ହେଉଛି ଇସ୍ପାତ ଓ ଧାତବଦ୍ରବ୍ୟରେ ଅହେତୁକ ଦରବୃଦ୍ଧି । ଜିଏସଟି ଓ ଭାଟ ସଂଗ୍ରହରେ ୫-ଟି ସୁତ୍ରକୁ ଆପଣାଇବା ଓ ଟିକସଦାତାଙ୍କ ଅଭିଯୋଗକୁ ଶୁଣି ତାର ସମାଧାନ ବାଟ ବାହାର କରିବାକୁ ହେବ ବୋଲି ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଏସଟି କମିଶନର ସୁଶୀଲ କୁମାର ଲୋହାନୀ ।

@ANI

ABOUT THE AUTHOR

...view details