ଓଡିଶା

odisha

ETV Bharat / business

ବଜେଟ 2020: କମ ରହିପାରେ ଓଡିଶାର ଭାଗ

ଫେବୃଆରୀ ପହିଲାରେ କେନ୍ଦ୍ର ବଜେଟ । ଟ୍ରାକରୁ ଖସିଥିବା ଅର୍ଥବ୍ୟବସ୍ଥାକୁ ସୁଧାରିବାକୁ କେମିତି ରହିବ ବଜେଟ ରୂପରେଖ । ଆଶା ଅନୁଯାୟୀ ରାଜ୍ୟକୁ ମିଳିବ କି ନା ତାର ଭାଗ । ସେ ନେଇ କଣ କହୁଛନ୍ତି ଅର୍ଥନୀତିଜ୍ଞ ଓ ପୂର୍ବତନ ଅର୍ଥମନ୍ତ୍ରୀ

Union Budget 2020
ବଜେଟ 2020: କମ ରହିପାରେ ଓଡିଶାର ଭାଗ

By

Published : Jan 24, 2020, 9:21 PM IST

ଭୁବନେଶ୍ବର: ସାଧାରଣ ବଜେଟରୁ ଓଡିଶା କଣ ପାଇବ ? ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କେନ୍ଦ୍ର ସରକାର ହାତ ଖୋଲିବେ ନା ମାପିଚୁପି ବ୍ୟୟ ବରାଦ କରିବେ। ଏ ନେଇ ଶୁଣନ୍ତୁ କଣ କହୁଛନ୍ତି ଅର୍ଥନୀତିଜ୍ଞ ଓ ପୂର୍ବତନ ଅର୍ଥମନ୍ତ୍ରୀ..

ବଜେଟ 2020: କମ ରହିପାରେ ଓଡିଶାର ଭାଗ


ନିର୍ବାଚନ ପରେ ପ୍ରଥମ ଥର ଆସିବ ପୂର୍ଣ୍ଣାଙ୍ଗ ବଜେଟ । ଏପେଟ ନିର୍ବାଚନ ପ୍ରତିଶ୍ରୁତି ପୂରଣ ଅପେକ୍ଷାରେ ରାଜ୍ୟ ବି କେନ୍ଦ୍ର ପାଣ୍ଠିକୁ ଅପେକ୍ଷା କରିଛି। ଯଦିଓ ବହୁ ରାଜ୍ୟ ସରକାରଙ୍କ ଅନେକ ପ୍ରମୁଖ ଯୋଜନା କେନ୍ଦ୍ର ଯୋଜନା ସହିତ ମିଶିଛି । ତେଣୁ କେନ୍ଦ୍ର ବଜେଟରେ ହେବାକୁ ଥିବା ବ୍ୟୟ ବରାଦ ହିଁ ସବୁ ସ୍ପଷ୍ଟ କରିବ।

ଏପରି ବି ରାଜ୍ୟ ସରକାର ଚାପରେ ଅଛନ୍ତି। ହାତ ଖୋଲି ଖର୍ଚ୍ଚ କରିବା ସ୍ଥିତିରେ ନାହାନ୍ତି। ସେପଟେ ପଞ୍ଚଦଶ ଅର୍ଥ କମିଶନ ତାଙ୍କର ଚୂଡାନ୍ତ ରିପୋର୍ଟ ଦେଇ ନାହାନ୍ତି। ଫଳରେ ତାହା ବି ଅସ୍ପଷ୍ଟ। ଏଣୁ ବିଶେଷଜ୍ଞ ମତରେ ଏଥର କେନ୍ଦ୍ର ବଜେଟରୁ ଓଡିଶା ଅଧିକ ଆଶା କରିବା ବୃଥାଯିବ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details