ଓଡିଶା

odisha

ETV Bharat / business

ଗ୍ଲୋବାଲ ମାର୍କେଟରେ ରୂପେ ଓ ୟୁପିଆଇ ଲଞ୍ଚ ପ୍ରସ୍ତୁତିରେ NPCI - ଗ୍ଲୋବାଲ ମାର୍କେଟରେ ରୂପେ ଓ ୟୁପିଆଇ ଲଞ୍ଚ

RuPay ଏବଂ UPI ପ୍ଲାଟଫର୍ମକୁ ଆନ୍ତର୍ଜାତୀୟ ବଜାରକୁ ନେବାକୁ ପ୍ରସ୍ତୁତି କରୁଛି ଏନପିସିଆଇ । ଅଧିକ ପଢନ୍ତୁ..

NPCI arm to take RuPay, UPI global
NPCI arm to take RuPay, UPI global

By

Published : Aug 20, 2020, 5:41 PM IST

ମୁମ୍ବାଇ: ଅନ୍ତରାଷ୍ଟ୍ରୀୟ ବଜାରରେ ପ୍ରବେଶ ନେଇ ପ୍ରସ୍ତୁତି କରୁଛି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) । ଏଥିପାଇଁ ସହାୟକ କମ୍ପାନୀର ଆରମ୍ଭ କରିବାକୁ ଘୋଷଣା କରାଯାଇଛି ।

ଜଣେ ଅଧିକାରୀଙ୍କ ବିବୃତ୍ତି ଅନୁସାରେ , ସହାୟକ କମ୍ପାନୀ ଏନପିସିଆଇ ଇଣ୍ଚରନ୍ୟାସନାଲ ପେମେଣ୍ଟ ଲିମିଟଡେ (ଏନଆଇପିଏଲ ) ଜରିଆରେ ଏନପିସିଆଇ ନୂଆ ଆନ୍ତର୍ଜାତୀୟ ବଜାରରେ ପ୍ରବେଶ ଏବଂ ଅନ୍ୟ ଦେଶରେ ସହଯୋଗ ସହିତ ଏକ ଦେୟ ବ୍ୟବସ୍ଥା ଗଠନ କରିବାର ଲକ୍ଷ୍ୟ ପୂରଣ ହେବ ।

ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶାବଳୀ ଜାରି କରିବା ପରେ ଏହି ଘୋଷଣା ହୋଇଛି , ଯେଉଁଥିରେ ପେମେଣ୍ଟ ସିଷ୍ଟମର ବିପଦକୁ ହ୍ରାସ କରିବା ପାଇଁ ଆରବିଆଇ ଅନ୍ୟ ପେମେଣ୍ଟ ପ୍ଲାଟଫର୍ମ ସୃଷ୍ଟି କରିବାକୁ ପ୍ରସ୍ତାବ ଦେଇଛି।

ବିବୃତ୍ତିରେ କୁହାଯାଇଛି ଯେ, ଏନପିସିଆଇ ର ସ୍ୱଦେଶୀ ଆଧାରରେ ବିକଶିତ ସମାଧାନକୁ ବିଦେଶ ବଜାରକୁ ନେବା ପାଇଁ ଏନଆଇପିଏଲକୁ ଦାୟିତ୍ବ ଦିଆଯାଇଛି। ଏନଆଇପିଏଲ RuPay ଏବଂ UPI ପ୍ଲାଟଫର୍ମକୁ ଆନ୍ତର୍ଜାତୀୟ ବଜାରକୁ ମଧ୍ୟ ନେଇଯିବ ।

ABOUT THE AUTHOR

...view details