ଓଡିଶା

odisha

ETV Bharat / business

ସୂଚନା: ବଦଳିପାରେ ବ୍ୟାଙ୍କ କାର୍ଯ୍ୟ ସମୟସୀମା

ଆସନ୍ତା ମାସରୁ ବଦଳିପାରେ ବ୍ୟାଙ୍କ କାର୍ଯ୍ୟ ସମୟସୀମା । ଶୀଘ୍ର ଖୋଲି ବିଳମ୍ବରେ ବନ୍ଦ ହୋଇପାରେ ବ୍ୟାଙ୍କ । ସରକାରୀ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ପାଇଁ ଲାଗୁ ହେବ ଏହି ନିୟମ । ଏ ନେଇ ପୂରା ଟାଇମଟେବୁଲ ଖୁବଶୀଘ୍ର ଜାରି କରାଯିବ ।

ପ୍ରତିକାତ୍ମକ ଫଟୋ

By

Published : Aug 26, 2019, 9:01 AM IST

ନୂଆଦିଲ୍ଲୀ: ସୂଚନା ! ଖାସ ବ୍ୟାଙ୍କ ଉପଭୋକ୍ତାଙ୍କ ପାଇଁ । ଆସନ୍ତା ମାସରୁ ବଦଳିବ ବ୍ୟାଙ୍କ ଖୋଲିବା ସମୟ । ଏଥିସହ ବନ୍ଦ ମଧ୍ୟ ବିଳମ୍ବରେ ହେବ । ଏ ନେଇ ନୂଆ ଟାଇମଟେବୁଲ ଖୁବ ଶୀଘ୍ର ଲାଗୁ ହୋଇପାରେ ।

ସାଧାରଣତଃ ବ୍ୟାଙ୍କ କାମ ସକାଳ 10ଟାରୁ ଆରମ୍ଭ ହୋଇ 5 ଟା ପର୍ଯ୍ୟନ୍ତ ହୁଏ । ଆଉ ନେଣଦେଣ କାମ ଦ୍ବିପ୍ରହରରେ ହୋଇଥାଏ । ହେଲେ ଏବେ ଅର୍ଥମନ୍ତ୍ରାଣଳୟର ବ୍ୟାଙ୍କିଙ୍ଗ ଡିଭିଜନ ନିଷ୍ପତ୍ତି ନେଇଛି କି, ସମସ୍ତ ସରକାରୀ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ 9ଟାରେ ଖୋଲିବ । ସମଗ୍ର ଦେଶରେ ବ୍ୟାଙ୍କ ଖୋଲିବା ସମୟକୁ ଗୋଟିଏ କରିବା ଲକ୍ଷ୍ୟରେ କେନ୍ଦ୍ରୀୟ ଅର୍ଥମନ୍ତ୍ରାଳୟର ବ୍ୟାଙ୍କିଙ୍ଗ ଡିଭିଜନ ପକ୍ଷରୁ ଜୁନରେ ଭିଡିଓ କନଫ୍ରେନ୍ସି ଜରିଆରେ ବୈଠକ ହୋଇଥିଲା । ଏଥିରେ ନିଷ୍ପତ୍ତି ହୋଇଥିଲା କି ବ୍ୟାଙ୍କ ଶାଖାଗୁଡିକର ଗ୍ରାହକଙ୍କ ସୁବିଧା ଅନୁଯାୟୀ ଏହି ସମୟରେ ବ୍ୟାଙ୍କ ଖୋଲିବା ଦରକାର ।

ତେବେ ଗ୍ରାହକଙ୍କ ସୁବିଧା ଓ ନେଣଦେଣକୁ ନଜରରେ ରଖି ବ୍ୟାଙ୍କ ଖୋଲିବା ନେଇ 3ଟି ସମୟସୀମାର ବିକଳ୍ପ ରହିବ । ଅର୍ଥାତ ଯେଉଁଠି ଗ୍ରାହକ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ଚାହୁଁଥିବେ ସେଠାରେ 10 କିମ୍ବା 11 ଟା ବେଳେ ବ୍ୟାଙ୍କ ଖୋଲିବା ବିକଳ୍ପ ରହିବ । ଏହି ନିୟମ ସମସ୍ତ ସରକାରୀ ବ୍ୟାଙ୍କ ଓ ଗ୍ରାମୀଣ ବ୍ୟାଙ୍କ ଉପରେ ଲାଗୁ ହେବ ।

ABOUT THE AUTHOR

...view details