ଓଡିଶା

odisha

ETV Bharat / business

ନୋଟବନ୍ଦୀ ପରେ ବଢିଛି ନୋଟ ସର୍କୁଲେସନ

ନକଲି ନୋଟ ପ୍ରଚଳନ ରୋକିବାରେ ନୋଟବନ୍ଦୀ ସଫଳ ହୋଇଛି । ଏଥିସହ ଗତ 3 ବର୍ଷ ଭିତରେ ନୋଟ ସର୍କୁଲେସନ ବଢିଛି । ନଗଦ ବଦଳରେ ଡିଜିଟାଲ ନେଣଦେଣ ବଢିଛି ବୋଲି ସଂସଦରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ।

Notes in circulation have increased since demonetisation
ନୋଟବନ୍ଦୀ ପରେ ବଢିଛି ନୋଟ ସର୍କୁଲେସନ

By

Published : Dec 3, 2019, 2:24 PM IST

ନୂଆଦିଲ୍ଲୀ: ବିମୁଦ୍ରିକରଣ ପରେ ନୋଟ ନେଣଦେଣ ବୃଦ୍ଧି ପାଇଛି । 2016 ନଭେମ୍ବର 4 (ନୋଟବନ୍ଦୀ ପୂର୍ବରୁ) 17,741 ଅରବ ଟଙ୍କା ସର୍କୁଲେଟ ହୋଇଥିଲାବେଳେ 2019 (ନୋଟବନ୍ଦୀର 3 ବର୍ଷ)ରେ ଏହା ବୃଦ୍ଧି ପାଇ 22,420 ଅରବ ଟଙ୍କା ରହିଛି । ସଦ୍ୟ ପ୍ରକାଶିତ ତଥ୍ୟରୁ ଏ ନେଇ ସୂଚନା ମିଳିଛି ।

ନୋଟବନ୍ଦୀ ପରେ ନୋଟ ବୃଦ୍ଧି ମୁଦ୍ଦାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୋମବାର ସଂସଦରେ କହିଛନ୍ତି ଯେ, ନୋଟବନ୍ଦୀ ଓ ଡିଜିଟାଲାଇଜ ବ୍ୟବସ୍ଥା ଯୋଗୁଁ 2,934.80 ଅରବ ଟଙ୍କା କମ ନଗଦ ପ୍ରଚଳନ ହୋଇଛି ।

ସରକାରଙ୍କ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, 2014 ଅକ୍ଟୋବରରୁ 2019 ଅକ୍ଟୋବର ପର୍ଯ୍ୟନ୍ତ ବାର୍ଷିକ ଆଧାରରେ ଏନଆଇସି (NIC) ଅଭିବୃଦ୍ଧି ହାରାହାରୀ 14.51 ପ୍ରତିଶତ ବଢିଛି । ଏହି କ୍ରମରେ ନଭେମ୍ବର 25 ପର୍ଯ୍ୟନ୍ତ ଏହା 25,354.93 ଅରବରେ ପହଞ୍ଚିପାରେ ।

ଠାକୁର କହିଛନ୍ତି ଯେ, ସରକାର କଳା ଧନକୁ ବାହାର, ନକଲି ଭାରତୀୟନୋଟ ପ୍ରଚଳନ ଉପରେ ପ୍ରତିବନ୍ଧକ ଓ ଆତଙ୍କବାଦୀଙ୍କ ଆର୍ଥିକ ନେଣଦେଣକୁ ଶେଷ କରିବା ଉଦ୍ଦେଶ୍ୟରେ 2016 ନଭେମ୍ବର 8ରେ 1000 ଓ 500 ଟଙ୍କିଆ ନୋଟକୁ ରଦ୍ଦ କରାଯାଇଥିଲା । ତେବେ ନୋଟବନ୍ଦୀ ପରେ ନକଲି ନୋଟ ପ୍ରଚଳନ ଅଙ୍କୁଶ ଲାଗିଛି ବୋଲି ଠାକୁର ଦାବି କରିଛନ୍ତି ।

ABOUT THE AUTHOR

...view details