ଓଡିଶା

odisha

ETV Bharat / business

ବଜେଟରେ ଓଡିଶା ପର୍ଯ୍ୟଟନ ସ୍ଥଳକୁ ଅବେହେଳା, ମିଳିଲାନି କିଛି ଖାସ

2020-21 ଆର୍ଥିକ ବର୍ଷର ବଜେଟରେ ପର୍ଯ୍ୟଟନ ସ୍ଥଳୀ ସମ୍ଭାର ଓଡିଶାକୁ ଅବହେଳା କରାଯାଇଛି । ଓଡିଶା ଗୋଟିଏ ବି ପ୍ରତ୍ନତାତ୍ବିକ ପର୍ଯ୍ୟଟନ ସ୍ଥଳୀକୁ ଆଇକନିକ ସାଇଟସର ମାନ୍ୟତା ମିଳିନାହିଁ । ଏପରିକି ସେହି ସବୁ ସ୍ଥାନର ବିକାଶ ପାଇଁ କିଛି ଘୋଷଣା କରାଯାଇନାହିଁ ।

Not a single place of Odisha to  include in india’s 5 iconic sites proposed in budget 2020
ବଜେଟରେ ଓଡିଶା ପର୍ଯ୍ୟଟନ ସ୍ଥଳକୁ ଅବେହେଳା

By

Published : Feb 4, 2020, 9:50 PM IST


ନୂଆଦିଲ୍ଲୀ: 2020-21 ଆର୍ଥିକ ବର୍ଷର ବଜେଟରେ ପର୍ଯ୍ୟଟନ ସ୍ଥଳୀ ସମ୍ଭାର ଓଡିଶାକୁ ଅବହେଳା କରାଯାଇଛି । ଓଡିଶା ଗୋଟିଏ ବି ପ୍ରତ୍ନତାତ୍ବିକ ପର୍ଯ୍ୟଟନ ସ୍ଥଳୀକୁ ଆଇକନିକ ସାଇଟସର ମାନ୍ୟତା ମିଳିନାହିଁ । ଏପରିକି ସେହି ସବୁ ସ୍ଥାନର ବିକାଶ ପାଇଁ କିଛି ଘୋଷଣା କରାଯାଇନାହିଁ । ସେହିପରି ଜାତୀୟ ଆଦିବାସୀ ସଂଗ୍ରହାଳୟ ସ୍ଥାପନ ପାଇଁ ଓଡିଶା ସବୁ ଦୃଷ୍ଟିରୁ ଯୋଗ୍ୟ ହେଲେ ବି ସୀକୃତି ମିଳିନି ।


ପ୍ରକାଶ ଯେ, ଓଡିଶାର 38 ପ୍ରତିଶତ ଆଦିବାସୀ ଜନସଂଖ୍ୟା ରହିଛନ୍ତି । ରାଜ୍ୟ ସାଂସ୍କୃତି ଓ କଳାର ଐତିହ୍ୟରେ ସମୃଦ୍ଧ । ଚାରି ଧାମ ଭିତରୁ ପୁରୀ ଅନ୍ୟତମ । ହେଲେ ଏସବୁ ବିକାଶ ଦିଗରେ ବଜଟରେ ଆଦୌ ଦୃଷ୍ଟିପାତ କରାଯାଇନାହିଁ ।


ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ପାଇଁ କେନ୍ଦ୍ର ସରକାର 2500 କୋଟି ମଞ୍ଜୁର କରିଛନ୍ତି । ଯାହା 2019ରେ 575 କୋଟି ଟଙ୍କା ଥିଲା । ସେହିପରି ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବିଗତ ବର୍ଷ ସରକାର 875 କୋଟି ମଞ୍ଜୁର କରିଥିଲା ବେଳେ ଏ ବର୍ଷ ଏହାକୁ 3150 କୋଟିକୁ ବୃଦ୍ଧି କରିଛନ୍ତି ।

ଭରତକୁ ଏକ ଅନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢିତୋଳିବା ଉପରେ ସରକାର ଗୁରୁତ୍ବ ଦେଇଛନ୍ତି । ଅନ୍ତର୍ଜାତିକ ଓ ଜାତୀୟ ସ୍ତରରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଦେଶରେ ଆଉ 8ଟି ନୂଆ ସଂଗ୍ରହାଳୟ ସ୍ଥାପନ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଯେଉଁ ସବୁ ସ୍ଥାନରେ ସଂଗ୍ରହାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି , ସେ ଭିତରେ ହରିଆନାର ରାକ୍ଷୀଗଡ, ଉତ୍ତରପ୍ରଦେଶର ହସ୍ତିନାପୁର, ଆସାମର ଶିବସାଗର, ଗୁଜୁରାଟର ଘୋଲବିରା, ତାମିଲନାଡୁର ଆଦିଚାନଲୁର, ଗୁଜୁରାଟର ଅହମଦାବାଦର ଲୋଥାଲ, ଝାଡଖଣ୍ଡର ରାଞ୍ଚିରେ ଆଦିବାସୀ ସଂଗ୍ରହାଳୟ ଏବଂ ପଶ୍ଚିମବଙ୍ଗର କୋଲକତାରେ ବାଣିଜ୍ୟ ସଂଗ୍ରହାଳୟ କରାଯିବ ।

ସେହିପରି ପର୍ଯ୍ୟଟନ କ୍ଷେତ୍ରକୁ 2500 କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏଥିସହ 5ଟି ଆଇକନିକ ଐତିହ୍ୟ ସ୍ଥଳୀର ବିକାଶ ପାଇଁ ଘୋଷଣା କରିଛନ୍ତି । ଏଥିରେ ହରିଆନାର ରାକ୍ଷୀଗଡ, ଉତ୍ତରପ୍ରଦେଶର ହସ୍ତିନାପୁର, ଆସାମର ଶିବସାଗର, ଗୁରୁରାତର ଢୋଲାଭିରା, ତାମିଲନାଡୁର ଆଡିଚନାଲୁର ।

ABOUT THE AUTHOR

...view details