ଓଡିଶା

odisha

ETV Bharat / business

ନୋକିଆର 40 କର୍ମଚାରୀ କୋରୋନା ପଜିଟିଭ, ବନ୍ଦ ହେଲା ପ୍ଲାଣ୍ଟ

ନୋକିଆର ପ୍ଲାଷ୍ଟରେ 40 କର୍ମଚାରୀ କୋରୋନାରେ ଆକ୍ରାନ୍ତ ପରେ କମ୍ପାନୀ କାମ ବନ୍ଦ ରଖିଛି । ଏ ସମସ୍ତେ କାଞ୍ଚିପୁରମ ଓ ତିରୁବଲ୍ଲୁରର ପଡୋଶୀ ଜିଲ୍ଲାରୁ ଆସିଥିଲେ । ଅଧିକ ପଢନ୍ତୁ..

By

Published : May 25, 2020, 11:43 PM IST

Nokia employees test Covid positive
ନୋକିଆର 40 କର୍ମଚାରୀ କୋରୋନା ପଜିଟିଭ, ବନ୍ଦ ହେଲା ପ୍ଲାଣ୍ଟ

ଚେନ୍ନାଇ: ନୋକିଆର 40 କର୍ମଚାରୀ କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଚେନ୍ନାଇର ଶ୍ରୀପେରୁମ୍ବୁଦୁର ସ୍ପେଶାଲ ଇକୋନୋମିକ ଜୋନ(ସେଜ)ରେ ରହିଥିବା କମ୍ପାନୀର ପ୍ଲାଣ୍ଟରେ ଏ ସମସ୍ତ କର୍ମଚାରୀ କାମ କରନ୍ତି । ତେବେ ଏ ନେଇ ରିପୋର୍ଟ ପ୍ରକାଶ ପରେ କମ୍ପାନୀ ପ୍ଲାଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରିଛି ।

ପରୀକ୍ଷା କରାଯାଇଥିବା 56 କର୍ମଚାରୀଙ୍କ ମଧ୍ୟରୁ 18 କାଞ୍ଚିପୁରମ ଓ 22 ତିରୁବଲ୍ଲୁର ଓ ଚେଗଲପଟ୍ଟୁର ପଡୋଶୀ ଜିଲ୍ଲାରୁ ଆସିଥିଲେ । ଏହି 40 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟ ସରକାର ଚେନ୍ନାଇର ବାହାର ଅଞ୍ଚଳରେ ରହିଥିବା ଉଦ୍ୟୋଗର ଅନୁମତି ଦେବା ପରେ ମେ 8ରୁ ପ୍ଲାଣ୍ଟ ଚାଲୁ ହୋଇଥିଲା । ତେବେ 50 ପ୍ରତିଶତ ଶ୍ରମବଳ ସହ କାମ କରିବା ସହ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ କମ୍ପାନୀଙ୍କୁ ପରାମର୍ଶ ଦିଆଯାଇଥିଲା । ହେଲେ କିଛି କର୍ମଚାରୀଙ୍କ ଅଭିଯୋଗ ରହିଛି କି ସାମାଜିକ ଦୂରତାରୁ ଅବମାନନା କରିବା ସହ ନିୟମ ଉଲ୍ଲଂଘନ କରାଯାଉଥିଲା ।

ABOUT THE AUTHOR

...view details