ନୂଆଦିଲ୍ଲୀ: 2,000 ଟଙ୍କା ନୋଟ ମୁଦ୍ରଣ ବନ୍ଦ କରିବାକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଅର୍ଥ ମନ୍ତ୍ରଣାଳୟ ଶନିବାର ଲୋକସଭାକୁ ଏ ନେଇ ସୂଚନା ଦେଇଛି ।
ଏକ ଲିଖିତ ଜବାବରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି, ଜନସାଧାରଣଙ୍କ କାରବାର ଚାହିଦାକୁ ସୁଗମ କରିବା ପାଇଁ ଆରବିଆଇ ସହିତ ପରାମର୍ଶ କରି ସରକାର ଏକ ନିର୍ଦ୍ଦିଷ୍ଟ ନାମର(denomination) ବ୍ୟାଙ୍କ ନୋଟ ମୁଦ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।
2019-20 ଏବଂ 2020-21 ଆର୍ଥିକ ବର୍ଷରେ, 2,000 ଟଙ୍କା ମୂଲ୍ୟର denomination ନୋଟ ଛାପିବା ପାଇଁ ପ୍ରେସ୍ ସହିତ କୌଣସି ଚୁକ୍ତି କରାଯାଇ ନାହିଁ। ତଥାପି ସରକାରଙ୍କ ଦ୍ବାରା 2000 ଟଙ୍କିଆ ନୋଟ ଛପା ବନ୍ଦ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।