ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ ସହ ଜଡିତ ମାମଲା ସିବିଆଇ (କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି)ରେ ଦାଖଲ ହେବ ନାହିଁ । ଶନିବାର ବ୍ୟାଙ୍କ ପ୍ରମୁଖଙ୍କ ସହ ବସିଥିବା ବୈଠକରେ ଏ ନେଇ ନିଷ୍ପତ୍ତି ନେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଏହା ଅନୁଯାୟୀ ବ୍ୟାଙ୍କ ବିନା ଅନୁମତିରେ କୌଣସି ମଧ୍ୟ ମାମଲା ସିବିଆଇ ପାଖକୁ ଯିବ ନାହିଁ । ଏ ସମ୍ବନ୍ଧରେ ସିବିଆଇ ନିର୍ଦ୍ଦେଶକ ଦେଶର ସମସ୍ତ ବ୍ୟାଙ୍କର ପ୍ରମୁଖଙ୍କୁ ଭେଟି ସେମାନଙ୍କୁ ଆଶ୍ବସ୍ତ କରିବେ । ତେବେ ବର୍ତ୍ତମାନ ଅଭିଯୋଗ ନେଇ ବ୍ୟାଙ୍କଙ୍କୁ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗତିକୁ ବଢାଇବାକୁ ହେବ ।