ଓଡିଶା

odisha

ETV Bharat / business

6 ଦିନ ବିରୋଧ ପରେ କାମରେ ଯୋଗଦେଲେ ସ୍ବିଗି ଡେଲିଭରି ପାର୍ଟନର - ସ୍ବିଗି

ଅଗଷ୍ଟ 20 ସୁଦ୍ଧା ଚେନ୍ନାଇର 95 ପ୍ରତିଶତ ପାର୍ଟନର ଯୋଗ ଦେଇଛନ୍ତି। ଅଧିକାଂଶ ସକ୍ରିୟ ପାର୍ଟନରମାନେ ଗତ ସପ୍ତାହରେ ଅର୍ଡର ପିଛା 45 ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଛନ୍ତି। କେତେକ ଉଚ୍ଚ କ୍ଷମତା ସମ୍ପନ୍ନ ପାର୍ଟନର ମଧ୍ୟ ଅର୍ଡର ପିଛା 100 ଟଙ୍କା ପର୍ଯ୍ୟନ୍ତ ମଧ୍ୟ ପାଇଛନ୍ତି ବୋଲି ସ୍ବିଗି କହିଛି । ଅଧିକ ପଢନ୍ତୁ..

6 ଦିନ ବିରୋଧ ପରେ କାମରେ ଯୋଗଦେଲେ  ସ୍ବିଗି ଡେଲିଭରି ପାର୍ଟନର
6 ଦିନ ବିରୋଧ ପରେ କାମରେ ଯୋଗଦେଲେ ସ୍ବିଗି ଡେଲିଭରି ପାର୍ଟନର

By

Published : Aug 20, 2020, 8:09 PM IST

ଚେନ୍ନାଇ: ଲଗାତାର 6 ଦିନ ଯାଏଁ ଡେଲିଭରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧ ପରେ ସ୍ବିଗି ଗୁରୁବାର ଏକ ବିବୃତ୍ତି ଜାରି କରିଛି । ଏଥିରେ କୁହାଯାଇଛି କି ଚେନ୍ନାଇରେ 95 ପ୍ରତିଶତ ପର୍ଯ୍ୟନ୍ତ ପାର୍ଟନର କାମକୁ ଫେରିଛନ୍ତି । ସ୍ବିଗି ଦ୍ବାରା ବିଭିନ୍ନ ପ୍ରକାର ପ୍ରୋତ୍ସାହନ କାଟିବା ପରେ ଏହାକୁ ଡେଲିଭରି କାର୍ଯ୍ୟନିର୍ବାହୀମାନେ ଚେନ୍ନାଇ ଓ ହାଇଦ୍ରାବାଦରେ ବିରୋଧ କରିଥିଲେ ।

କମ୍ପାନୀ କହିଛି କି, କୌଣସି ସକ୍ରିୟ ସ୍ବିଗି ପାର୍ଟନରଙ୍କୁ ଏବେ ଗୋଟିଏ ପ୍ରତି ଅର୍ଡର ପିଛା ହାରାହାରୀ 15 ଟଙ୍କା କିମ୍ବା ତା ଠାରୁ କମ ମିଳୁନାହିଁ । ଗ୍ରାହକଙ୍କ ପାଖରେ ଆମକୁ ପହଞ୍ଚାଇବା ପାଇଁ ଆମର ଡେଲିଭରି ପାର୍ଟନରଙ୍କ ମହତ୍ବକୁ ବୁଝୁଛୁ । ଏକ ସ୍ଥାୟୀ ସେବା ଶୁଳ୍କ ବଜାୟ ରଖିବା ପାଇଁ ଆମେ ସଚ୍ଚୋଟ ମନୋଭାବ ଗ୍ରହଣ କରୁଛୁ । ଏହା ପୂର୍ବରୁ ସ୍ବିଗି ନିଜ ବିତରଣ କାର୍ଯ୍ୟନିର୍ବାହୀମାନଙ୍କୁ ଦିଆଯାଇଥିବା କିଛି ପ୍ରୋତ୍ସାହନ ପ୍ରତ୍ୟାହାର କରି ନେଇଥିଲେ । ଏହା ପରେ, ଅନେକ ସହରରେ ଡେଲିଭରି କାର୍ଯ୍ୟନିର୍ବାହୀମାନେ 6 ଦିନ ଯାଏଁ ଏହାକୁ ବିରୋଧ କରିଥିଲେ।

ଏହାକୁ ଦୃଷ୍ଟିରେ ରଖି ସ୍ବିଗି ଗୁରୁବାର ବିବୃତ୍ତି ଜାରି କରି କହିଛି କି, ଗତ କିଛି ଦିନ ମଧ୍ୟରେ ଆମର ଭାଗୀଦାରୀଙ୍କ ସହ ପେଆଉଟ ସଂଶୋଧନ ସମ୍ପର୍କରେ ଏକ ସକରାତ୍ମକ ବାର୍ତ୍ତାଳାପ ହୋଇଛି। ଏହାର ପରିଣାମ ସ୍ୱରୂପ ଆମର ପାର୍ଟନର ମାନେ ବର୍ତ୍ତମାନ କାର୍ଯ୍ୟକୁ ଫେରିଛନ୍ତି ।

ଅଗଷ୍ଟ 20 ସୁଦ୍ଧା ଚେନ୍ନାଇର 95 ପ୍ରତିଶତ ପାର୍ଟନର ଯୋଗ ଦେଇଛନ୍ତି। ଆମେ ଖୁସି ଯେ ପାର୍ଟନରମାନେ ସଂଶୋଧନ ସେବା ଶୁଳ୍କ ବୁଝିଲେ । ଆହୁରୀ ମଧ୍ୟ କୁହାଯାଇଛି ଯେ ଅଧିକାଂଶ ସକ୍ରିୟ ପାର୍ଟନରମାନେ ଗତ ସପ୍ତାହରେ ଅର୍ଡର ପିଛା 45 ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଛନ୍ତି। କେତେକ ଉଚ୍ଚ କ୍ଷମତା ସମ୍ପନ୍ନ ପାର୍ଟନର ମଧ୍ୟ ଅର୍ଡର ପିଛା 100 ଟଙ୍କା ପର୍ଯ୍ୟନ୍ତ ମଧ୍ୟ ପାଇଛନ୍ତି ବୋଲି ସ୍ବିଗି କହିଛି ।

ABOUT THE AUTHOR

...view details