ଓଡିଶା

odisha

ETV Bharat / business

ବଜେଟ ନେଇ ଆରବିଆଇ ବୋର୍ଡକୁ ଭେଟିଲେ ନିର୍ମଳା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆରବିଆଇ ବୋର୍ଡ ସହ ବୈଠକ କରି ବଜେଟ ମୁଖ୍ୟାଂଶ ଉପରେ ସର୍ବିଶେଷ ତଥ୍ୟ ରଖିଛନ୍ତି ।

By

Published : Jul 8, 2019, 4:10 PM IST

ଫଟୋ ସୌଜନ୍ୟ-ଏଏନଆଇ

ନୂଆଦିଲ୍ଲୀ: ବଜେଟ ପରେ ଆରବିଆଇ ବୋର୍ଡକୁ ଭେଟିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସୋମବାର ଦିଲ୍ଲୀରେ ଆରିବିଆଇର କେନ୍ଦ୍ରୀୟ ନିର୍ଦ୍ଦେଶକ ମଣ୍ଡଳୀଙ୍କୁ ଦେଖା କରି ନିର୍ମଳା ବଜେଟ ସମ୍ବନ୍ଧରେ ଆଲୋଚନା କରିଛନ୍ତି । ଏହି ବୈଠକରେ କେନ୍ଦ୍ର ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ଉପସ୍ଥିତ ରହିଛନ୍ତି ।


ପରମ୍ପରା ଅନୁଯାୟୀ ବଜେଟ ପରେ ଦେଶର ସର୍ବୋଚ୍ଚ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ସହ ଅର୍ଥମନ୍ତ୍ରୀ ଔପଚାରିକ ଭାବେ ଭେଟିଥାନ୍ତି । ଏଥିରେ ରାଜକୋଷୀୟ ଘାଟା ଓ ଆୟର ଉତ୍ସକୁ ଆଦି ବିଭିନ୍ନ ବିଷୟ ଉପରେ ମାନସମନ୍ଥନ କରାଯାଇଥାଏ ।

ପ୍ରକାଶ ଥାଉ ଯେ, ଫେବୃଆରୀରେ ଆସିଥିବା ଅନ୍ତରୀଣ ବଜେଟ ତୁଳନାରେ ପୂର୍ଣ୍ଣାଙ୍ଗ ବଜେଟରେ ଅଧିକ ରାଜସ୍ବ ଆଦାୟ ଆଶା କରାଯାଇଛି । ନିର୍ମଳାଙ୍କ ବଜେଟ ବହିଖାତାରେ 6 ହଜାର କୋଟି ଅଧିକ ରାଜସ୍ବ ପ୍ରାପ୍ତି ନେଇ ଅନୁମାନ ରହିଛି । ଯାହାକି ମୋଟ ଘରୋଇ ଉତ୍ପାଦ(ଜିଡିପି)ର 3.3 ପ୍ରତିଶତ ରହିବା ନେଇ ଅନୁମାନ କରାଯାଉଛି ।

ABOUT THE AUTHOR

...view details