ଓଡିଶା

odisha

ETV Bharat / business

ଜେଲରୁ କେସ ଲଢିବେ ଠକ ନୀରବ , ଭିଡିକଲିଂ ଜରିଆରେ ହେବେ ହାଜର

ଜେଲରୁ କେସ ଲଢିବେ କୋଟି କୋଟିର ଟଙ୍କା ଠକ ନୀରବ ମୋଦି । ଶୁକ୍ରବାର ନିଜ ରିମାଣ୍ଡର ଶୁଣାଣୀ ପାଇଁ ଲଣ୍ଡନର ଏକ ଅଦାଲତରେ ତାଙ୍କୁ ଭିଡିଓ କଲିଂ ମାଧ୍ୟମରେ ହାଜର ହେବେ ।

By

Published : Apr 26, 2019, 2:22 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଜେଲରୁ କେସ ଲଢିବେ କୋଟି କୋଟିର ଟଙ୍କା ଠକ ନୀରବ ମୋଦି । ଶୁକ୍ରବାର ନିଜ ରିମାଣ୍ଡର ଶୁଣାଣୀ ପାଇଁ ଲଣ୍ଡନର ଏକ ଅଦାଲତରେ ତାଙ୍କୁ ଭିଡିଓ କଲିଂ ମାଧ୍ୟମରେ ହାଜିର କରାଯିବ । ଗତ ମାସରେ ନୀରବଙ୍କୁ ଗିରଫ କରିବା ପରେ ଏବେ ସେ ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱେଡ୍ସବର୍ଥ ଜେଲରେ ବନ୍ଦୀ ଅଛନ୍ତି ।

ଭାରତର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ନୀରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକସୀ ଚଞ୍ଚକତା କରି 14 ହଜାର କୋଟି ଟଙ୍କା ଠକି ବିଦେଶକୁ ଚମ୍ପଟ ମାରିଥିଲେ । ଏହା ପରେ ସେ ନିଜ ପରିଚୟ ଲୁଚାଇ ବ୍ରିଟେନରେ ନିଜ ବ୍ୟବସାୟ ମଧ୍ୟ ଜମାଇଦେଇଥିଲେ । କିଛି ଦିନ ତଳେ ବ୍ରିଟେନର ରାଜରାସ୍ତାରେ ବୁଲୁଥିବା ସମୟର ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କର ପ୍ରତ୍ୟାର୍ପଣ ଅନୁରୋଧ କରି ଲଣ୍ଡନ କୋର୍ଟରେ ନୀରବ ମୋଦି ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି କରିଥିଲା ।

ଏହାକୁ ତର୍ଜମା କରି ଲଣ୍ଡନ ସରକାର ତାଙ୍କୁ ଗିରଫ କରିଥିଲେ । ଏ ନେଇ ନୀରବ ଜାମିନ ମଧ୍ୟ ଆବେଦନ କରିଥିଲେ । ହେଲେ ମାର୍ଚ୍ଚ 29ରେ ଲଣ୍ଡନ କୋର୍ଟ ଏହାକୁ ଖାରଜ କରିଦେଇଥିଲା । ଏଭଳି ମାମଲାରେ ନ୍ୟାୟିକ ରିମାଣ୍ଡର ସମୟସୀମା 28 ଦିନ ରହିଥାଏ । ଏଥିଯୋଗୁଁ ଶୁକ୍ରବାର ଏହି କେସର ଶୁଣାଣୀ କରାଯିବାକୁ ନିର୍ଦ୍ଧାରଣ ହୋଇଥିଲା । ଏପଟେ ଏହା ମଧ୍ୟରେ ଇଡି ନୀରବ ଚୋକସୀଙ୍କ ସବୁ ସମ୍ପତ୍ତି ଜବତ କରିପାରିବ ବୋଲି ମଧ୍ୟ ଜଣାପଡିଛି । ଏଥିଯୋଗୁଁ ସରକାରୀ କମ୍ପାନୀ ମେଟଲ ଆଣ୍ଡ ସ୍କ୍ରେପ ଟ୍ରେଡିଙ୍ଗ କର୍ପୋରେସନ (ଏମଏସଟିସି) ନୀରବର ଓ ତାଙ୍କ ମାମୁଁର 13ଟି ଦାମୀ ଗାଡିକୁ ନିଲାମୀ କରିବାକୁ ନିଜ ଅଫିସିଆଲ ୱେବସାଇଟରେ ବିଜ୍ଞପ୍ତି ଜାରି କରିଥିଲେ । ଆଜି ଏହି ଗାଡିଗୁଡିକର ବିକ୍ରି ହୋଇଛି । ଏଥିରୁ 3.29 କୋଟି ଟଙ୍କା ମିଳିଥିବା ସୂଚନା ମିଳିଛି ।

For All Latest Updates

ABOUT THE AUTHOR

...view details