ଓଡିଶା

odisha

ETV Bharat / business

ଖୁବଶୀଘ୍ର ବଜାରକୁ ଆସିବ ଓଡିଆ ପୁଅଙ୍କ ହସ୍ତାକ୍ଷର ଥିବା ନୋଟ

ନୂଆ ରୂପରେ ନୂଆ ଗଭର୍ଣ୍ଣରଙ୍କ ହସ୍ତାକ୍ଷର ସହ ମିଳିବ ନୋଟ । ନୋଟରେ ମହାତ୍ମାଗାନ୍ଧୀଙ୍କ ପ୍ରତିଛବି ସହ ରହିବ ଓଡିଆ ପୁଅ ଶକ୍ତିକାନ୍ତ ଦାସଙ୍କ ହସ୍ତାକ୍ଷର । ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବଶୀଘ୍ର ଏହି ନୋଟ ଜାରି କରିବ ।

By

Published : Feb 27, 2019, 7:03 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: 100ଟଙ୍କିଆ ନୋଟର ହେବ ନବୀକରଣ । ନୂଆ ରୂପରେ ନୂଆ ଗଭର୍ଣ୍ଣରଙ୍କ ହସ୍ତାକ୍ଷର ସହ ମିଳିବ ନୋଟ । ନୋଟରେ ମହାତ୍ମାଗାନ୍ଧୀଙ୍କ ପ୍ରତିଛବି ସହ ରହିବ ଓଡିଆ ପୁଅ ଶକ୍ତିକାନ୍ତ ଦାସଙ୍କ ହସ୍ତାକ୍ଷର । ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବଶୀଘ୍ର ଏହି ନୋଟ ଜାରି କରିବ ।

ଏହି ନୂଆ 100 ଟଙ୍କିଆ ନୋଟର ରୂପରେଖ ପୂର୍ବ ଭଳି ଅର୍ଥାତ ଏବେ ଯାହା ରହିଛି ସେପରି ସମାନ ରହିବ । କେବଳ ହସ୍ତାକ୍ଷରରେ ପରିବର୍ତ୍ତନ କରାଯିବ ।

ପ୍ରକାଶ ଥାଉ ଯେ, ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଡିସେମ୍ବର 12 ତାରିଖରେ ଶକ୍ତିକାନ୍ତ ଦାସ ଆରବିଆଇର 25ତମ ଗଭର୍ଣ୍ଣର ଭାବେ ନିଯୁକ୍ତ ହେଲେ । ସେ ପ୍ରଥମ ଓଡିଆ , ଯିଏ ଏହି ପଦବୀର କାର୍ଯ୍ୟଭାର ତୁଲାଉଛନ୍ତି ।

For All Latest Updates

ABOUT THE AUTHOR

...view details