ଓଡିଶା

odisha

ETV Bharat / business

ସିବିଡିଟି ପ୍ରହାର, ଫସିଲେ ବି-ବର୍ଗ ଟିକସ ଖିଲାପକାରୀ - tax

ସିବିଡିଟି ସନ୍ଦେହରେ ଟିକସ ଠକ। ଜୋରିମାନା ନାଁରେ ଆଉ ମିଳିବନି ମୁକ୍ତି। ସୋମବାର ଏ ନେଇ ଦିଶା ନିର୍ଦ୍ଦେଶ ଜାରି କରି ସିବିଡିଟି ଆୟକର ନିୟମରେ ପରିବର୍ତ୍ତନ କରିଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : Jun 18, 2019, 10:56 AM IST

ନୂଆଦିଲ୍ଲୀ: ଟିକସ ଖିଲାପକାରୀ ମୁଣ୍ଡରେ ବଡ ଚଡକ । ସୋମବାର ଠାରୁ ଲାଗୁ ହୋଇଛି ନୂଆ ଆୟକର ନିୟମ। ମନି-ଲଣ୍ଡ୍ରି, ଆତଙ୍କବାଦୀଙ୍କୁ ଆର୍ଥିକ ସହଯୋଗ, ଭ୍ରଷ୍ଟାଚାର, ବେଆଇନ ଜବରଦଖଲ ଓ ବିଦେଶରେ ରଖିଥିବା କଳାଧନ ଆଦି ମାମାଲରେ ଆଉ ଟିକସ ଦେଇ ଖସିପାରିବେନି । ଅପରାଧିକ ଆଇନ ଅଧିନରେ ହେବ ମାମଲା ରୁଜୁ ।


କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ପକ୍ଷରୁ କମ୍ପାଉଣ୍ଡିଂ ଅଫ ଅଫେନ୍ସେସ ଡାଇରେକ୍ଟ ଟ୍ୟାକ୍ସ ଇ ଉପରେ 32 ପୃଷ୍ଠାର ସଂଶୋଧିତ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିରେ ସ୍ପଷ୍ଟ କରାଯାଇଛି ଯେ, କର ଠକେଇ ମାମଲାରେ ମୋଟା ଅଙ୍କର ଟିକସ ଦେଇ କେହି ଖସିପାରିବେ ନାହିଁ। ବିଦେଶରେ କଳାଧନ ଛପାଇ ରଖିଥିବା ହାଇପ୍ରୋଫାଲ କର ଚୋର ଏହି ଶ୍ରେଣୀ ଅନ୍ତଭୁକ୍ତ ।

ଜୁନ 17ରେ ଏହି ନିୟମ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଏହା ପରେ ଆସିଥିବା ସମସ୍ତ କମ୍ପାଉଣ୍ଡିଂ ଆବେଦନ ଉପରେ ଏହାକୁ ଲାଗୁ କରାଯିବ। ଏନେଇ ସର୍ବସାଧାରଣରେ ତଥ୍ୟ ଦେବାକୁ ସିବିଡିଟି ତାର ଅଧିକାରୀଙ୍କୁ ସୂଚନା ଦେଇଛି। ଧାରା 279(2) ଅନୁଯାୟୀ ଏଭଳି ମାମଲାର ସମାଧାନ କରାଯିବ।

For All Latest Updates

ABOUT THE AUTHOR

...view details