ଓଡିଶା

odisha

ETV Bharat / business

ଚିନ୍ତାରେ ଡିଗ୍ରୀଧାରୀ, ‘ନିଯୁକ୍ତି ଅଛି ହେଲେ ବେତନ ନାହିଁ’ - wage

ବେକାରୀ ବଢୁଛି ବେତନ ନାହିଁ । ଦେଶରେ ନିଯୁକ୍ତି ସୁଯୋଗ ରହିଛି କିନ୍ତୁ ତାକୁ ଦେଖିବାକୁ ଗଲେ ମଜୁରୀ ନାହିଁ । ଶିଳ୍ପ ଓ ଭିତ୍ତିଭୂମିର ଅଭାବ ଯୋଗୁଁ ଉଚ୍ଚଶିକ୍ଷିତ ବେରୋଜଗାର ରହୁଛନ୍ତି ବୋଲି ସିଏଫଓର ଆର୍ଥିକ ଅଧିକାରୀ ଟି ଭି ମୋହନ ଦାସ ପାଇ କହିଛନ୍ତି ।

ଫାଇଲ ଫଟୋ

By

Published : Jun 17, 2019, 3:48 PM IST

ନୂଆଦିଲ୍ଲୀ: ‘ଭାରତରେ ନିଯୁକ୍ତି ସମସ୍ୟା ନାହିଁ, ରହିଛି କେବଳ ବେତନ(ମଜୁରୀ) ସମସ୍ୟା । ସ୍ବଳ୍ପ ବେତନରେ ଏପରି ବହୁ ନିଯୁକ୍ତି ସୃଷ୍ଟି ହେଉଛି , କିନ୍ତୁ ସେସବୁ ଡିଗ୍ରୀଧାରୀଙ୍କ ଉଦ୍ଦେଶ୍ୟରେ ଅନୁକୂଳ ନୁହେଁ ।’ ଏ ନେଇ ଇନଫୋସିସର ପୂର୍ବତନ ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ) ତଥା ନିବେଶତ ଟି ଭି ମୋହନ ଦାସ ପାଇ ନିଜ ମନ୍ତବ୍ୟରେ କହିଛନ୍ତି ।

ଦେଶରେ ଭଲ ଚାକିରୀ ନାହିଁ । ଏହା ବଦଳରେ 10ରୁ 15 ହଜାର ଟଙ୍କା ବେତନରେ ବହୁ ନିଯୁକ୍ତି (କ୍ବାଣ୍ଟିଟି) ସୃଷ୍ଟି ହେଉଛି । ଯାହାକି ଉଚ୍ଚଶିକ୍ଷିତଙ୍କ ପାଇଁ ଉଦ୍ଦିଷ୍ଟ ହେଉନାହିଁ । ଏଥିଯୋଗୁଁ ଦିନକୁ ଦିନ ବେକାରୀ ବୃଦ୍ଧି ପାଉଛନ୍ତି । ଏହା ବ୍ୟତିତ ବର୍ତ୍ତମାନ ସମୟରେ ଆଞ୍ଚଳିକ ଓ ଭୌଗଳିକ ସମସ୍ୟା ମଧ୍ୟ ମୁଣ୍ଡ ଟେକିଛି ବୋଲି ପାଇ କହିଛନ୍ତି ।

ସେ ପରାମର୍ଶ ଦେଇ କହିଛନ୍ତି ଯେ, ଭାରତରେ ଚାକିରୀ ସୃଷ୍ଟି ପାଇଁ ଚୀନ ଭଳି ଶ୍ରମଭିତ୍ତିକ ଶିଳ୍ପ ଖୋଲିବାକୁ ଅନୁକୂଳ ବାତାବରଣ କରିବାକୁ ହେବ । ଉପଯୁକ୍ତ ଭିତ୍ତିଭୂମି ନିର୍ମାଣ କରିବାକୁ ପଡିବ । ଏହା ଛଡା ଚାହିଦା ପୂରଣ ପାଇଁ ହାଇଟେକ ଆଗଆଣ୍ଟଡିକୁ ଡେଭଲ୍ପ କରିବାକୁ ହେବ । ଶ୍ରମ ଉଦ୍ୟୋଗ ଦ୍ବାରା ବିଭିନ୍ନ ରାଷ୍ଟ୍ରର ନିବେଶକଙ୍କୁ ଭାରତ ପ୍ରତି ଆକୃଷ୍ଟ କରାଯାଇପାରିବ । ଏଥିସହ ରପ୍ତାନୀ ଶିଳ୍ପକୁ ଆରମ୍ଭ କରି ଏହାର ପରିସୀମାକୁ ବୃଦ୍ଧି କରିହେବ । ଦେଶରେ ଉପଯୁକ୍ତ ନୀତି ନଥିବାରୁ ଆମ ପାଖରେ ବଳି ପଡିଥିବା ଶ୍ରମକୁ ଉପଯୋଗ କରିପାରୁନାହୁଁ ।

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମିକ(ସିଏମଆଇ)ରିପୋର୍ଟରେ 2018ରେ ଭାରତ 1.1 କୋଟି ନିଯୁକ୍ତି ହରାଇଛନ୍ତି । ଏହାକୁ ପାଇ ଭୁଲ ବୋଲି ପ୍ରମାଣିତ କରି କହିଛନ୍ତି ଯେ, ଇପିଏଫ ତଥ୍ୟ ଅନୁଯାୟୀ ପ୍ରତିବର୍ଷ ଦେଶରେ ସଂଗଠିତ କ୍ଷେତ୍ରରେ 60ରୁ 70 ଲକ୍ଷ ରୋଜଗାର ସୁଯୋଗ ଉପୁଜିଛି । ବିଶେଷ କରି 15ରୁ 29 ବର୍ଷ ବର୍ଗର ଲୋକଙ୍କ ରୋଜଗାର ସମସ୍ୟା ରହିଛି ।

For All Latest Updates

ABOUT THE AUTHOR

...view details