କୋଲକତା: 2020-21 ଆର୍ଥକ ବର୍ଷର ବଜେଟରେ କୋଲକତା ମେଟ୍ରୋର ବିଭିନ୍ନ ଯୋଜନା ପାଇଁ 1542 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ପୂର୍ବ-ପଶ୍ଚିମ ମେଟ୍ରୋ କରିଡରକୁ 905 କୋଟି ଟଙ୍କା ଦିଆଯାଇଛି । ଫେବୃଆରୀ 13ରେ ଏହି କରିଡରର ଉଦଘାଟନ ହେବ । ଗୁରୁବାର ଜଣେ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ।
ବଜେଟ-2020: ମେଟ୍ରୋ ପ୍ରୋଜେକ୍ଟ ମିଳିଲା 1542 କୋଟି - କୋଲକତା ମେଟ୍ରୋ
2020-21 ଆର୍ଥକ ବର୍ଷର ବଜେଟରେ କୋଲକତା ମେଟ୍ରୋର ବିଭିନ୍ନ ଯୋଜନା ପାଇଁ 1542 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ପୂର୍ବ-ପଶ୍ଚିମ ମେଟ୍ରୋ କରିଡରକୁ 905 କୋଟି ଟଙ୍କା ଦିଆଯାଇଛି । ଫେବୃଆରୀ 13ରେ ଏହି କରିଡରର ଉଦଘାଟନ ହେବ ।
ସହର ନିର୍ମାଣଧୀନ 5 ପ୍ରୋଜେକ୍ଟ ମଧ୍ୟରୁ ଏହି କରିଡକରୁ ସର୍ବାଧିକ ଅର୍ଥ ବଣ୍ଟନ କରାଯାଇଛି । ଅଧିକାରୀ ଜଣଙ୍କ କହିଛନ୍ତି ଯେ, ‘‘ନୂଆ Garia-NSCBI ଏୟାରପୋର୍ଟ ଲିଙ୍କକୁ 328 କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ଲିଙ୍କ 2021 ଜୁନ ସୁଦ୍ଧା ପୂରଣ ନେଇ ଅନୁମାନ ରହିଛି । ଏହା ବ୍ୟତିତ ନୋଆପାଡା-ବରାସାତ ( Noapara-Barasat) ଲାଇନକୁ 200 କୋଟି ଦିଆଯାଇଛି । ତେବେ କାମରେ ପ୍ରଗତି ପାଇଁ ଅତିରିକ୍ତ ରାଶି ଦାବି କରାହେବ ।’’
ଏଥିସହ ସେ ସୂଚନା ଦେଇଛନ୍ତି ଯେ, 16.6 କିଲୋମିଟରର ଲମ୍ବା ଜୋକୋ-ବିବିଡି ବାଗ ରାସ୍ତାକୁ 99 କୋଟି ଟଙ୍କା ଏବଂ 14.5 କିଲୋମିଟର ଲମ୍ବା ବୈରକପୁର-ବଡାନଗର ଓ ଦକ୍ଷିଣଶ୍ବର ଲାଇନକୁ 10 କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।