ନୂଆଦିଲ୍ଲୀ: ଲକଡାଉନ ସମୟରେ ଗ୍ରାହକଙ୍କୁ ଭେଟି ଦେଇଛି ଦେଶର ସର୍ବ ବୃହତ୍ତମ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି । ଗାଡିର ୱାରେଣ୍ଟି ଅବଧି ଏବଂ ସେବା ବୈଧତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ ।
ଲକଡାଉନ: ଗାଡିର ୱାରେଣ୍ଟି ଓ ସର୍ଭିସ ଅବଧି ବଢାଇଲା ମାରୁତି - ମାରୁତି ସୁଜୁକି
ଆପଣ ମାରୁତି ସୁଜିକିର ଗ୍ରାହକ କି ? ତେବେ ଆପଣଙ୍କ ପାଇଁ ରହିଛି ଏକ ଖାସ ଖବର । ଆପଣଙ୍କ ଗାଡିର ୱାରେଣ୍ଟି ଓ ସର୍ଭିସ ଅବଧିକୁ ବଢାଇଛି କମ୍ପାନୀ.. ଅଧିକ ପଢନ୍ତୁ
ଲକଡାଉନ : ଗାଡିର ୱାରେଣ୍ଟି ଓ ସର୍ବିସ ଅବଧି ବଢାଇଲା ମାରୁତି
ଯେଉଁ ଗ୍ରାହକଙ୍କ ଗାଡି ମାଗଣା ସର୍ଭିସ ଓ ୱାରେଣ୍ଟି ଏବଂ ଏକ୍ସଟେଣ୍ଡ ୱାରେଣ୍ଟି 2020 ମାର୍ଚ୍ଚ 15 ରୁ ଏପ୍ରିଲ 30 ଯାଏଁ ଥିଲା ତାହାକୁ ଜୁନ 20 ଯାଏଁ ବଢାଯାଇଛି ।
କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, କୋଭିଡ-19 ସଂକ୍ରଣଣ ପ୍ରସାର ରୋକିବା ପାଇଁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଏହି ସମୟରେ ଗ୍ରାହକଙ୍କୁ ସୁବିଧା ଦେବା ପାଇଂ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ସୋମବାର ଘୋଷଣା କରି ତାର ଗ୍ରାହକଙ୍କ ପାଇଁ ୱାରେଣ୍ଟି ଓ ସର୍ଭିସ ଏକ୍ସଟେଣ୍ଡ ପାଇଁ ବିଭିନ୍ନ ପର୍ଯ୍ୟାୟର ଅବଧି ବୃଦ୍ଧି କରିଛି ।