ଓଡିଶା

odisha

ETV Bharat / business

ମାରୁତି ସୁଜୁକି ଗ୍ରାହକଙ୍କ ପାଇଁ ଖୁସି ଖବର, ବଢିଲା ୱାରେଣ୍ଟି ଓ ସର୍ଭିସ ଅବଧି - Maruti Suzuki India

ଲକଡାଉନ ମଧ୍ୟରେ କାର ସର୍ଭିସ, ୱାରେଣ୍ଟି, ଏକ୍ସଟେଣ୍ଡେଣ୍ଟ ୱାରେଣ୍ଟି ଅବଧି ଶେଷ ହୋଇଥିଲେ ଟେନସନ ନିଅନ୍ତୁନି । ଏଥିପାଇଁ ମାରୁତି ସୁଜୁକି ନିଜ ଗ୍ରାହକଙ୍କୁ ଦେଇଛି ମାସେ ଅଧିକା ସମୟ । ଅଧିକ ପଢନ୍ତୁ..

Maruti extends warranty, service timelines till June end
ମାରୁତି ସୁଜୁକି ଗ୍ରାହକଙ୍କ ପାଇଁ ଖୁସି ଖବର

By

Published : May 30, 2020, 7:09 PM IST

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି ଦେଶର ସବୁଠୁ ବଡ କାମ ନିର୍ମାତା କମ୍ପାନୀ ମାରୁତି ସୁଜୁକି । ଲକଡାଉନ ମଧ୍ୟରେ (ମାର୍ଚ୍ଚ 15ରୁ ମେ 31) ଯେଉଁ ଗାଡିର ଫ୍ରି ସର୍ବିସ , ୱାରେଣ୍ଟି , ଏକ୍ସଟେଣ୍ଡେଣ୍ଟ ୱାରେଣ୍ଟି ଅବଧି ଶେଷ ହୋଇଯାଇଛି, ତାହାକୁ ଏବେ 2020 ଜୁନ 30 ଯାଏଁ ବଢାଇଛି କମ୍ପାନୀ ।

କମ୍ପାନୀର ଏହି ନିର୍ଣ୍ଣୟ ଦ୍ବାରା ଏଭଳି ଗାଡି ରଖିଥିବା ମାଲିକ ଆସନ୍ତା ମାସ ଅର୍ଥାତ ଜୁନରେ ବି କାମର ଫ୍ରି ସର୍ଭିସ କରିପାରିବେ । ଏହା ପୂର୍ବରୁ ମଧ୍ୟ କମ୍ପାନୀ ଏପ୍ରିଲ 14ରେ କହିଥିଲା ଯେ, ଯାହାର ୱାରେଣ୍ଟି ଅବଧି ମାର୍ଚ୍ଚ 15ରୁ ଏପ୍ରିଲ 30 ମଧ୍ୟରେ ଶେଷ ହେଉଛି, ତାର ଅବଧି 2020 ଜୁନ 31 ଯାଏଁ ବଢାଯାଇଛି ।

ଲକଡାଉନ ଯୋଗୁଁ ଲୋକମାନେ ଘରୁ ବାହାରିବା ବନ୍ଦ ରହିଛି । ଫଳରେ ଗାଡି ଚଳାଚଳ ମଧ୍ୟ ଠପ ହୋଇଛି । ଏପରି ସ୍ଥିତିରେ ସେମାନଙ୍କ କାର ସର୍ବିସ କରିବା କଷ୍ଟକର ହେବ । ଏଥିପାଇଁ ଲୋକଙ୍କୁ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କମ୍ପାନୀ ଏକ ବିବୃତ୍ତି ଜାରି କରି କହିଛି ।

ABOUT THE AUTHOR

...view details