ଓଡିଶା

odisha

ETV Bharat / business

ବିଗୁଡୁଛି ଅର୍ଥନୀତି, ବିପଥଗାମୀ ପରିସ୍ଥିତି

ସମସ୍ୟା ଭାରରେ ଦବି ଚାଲିଛି ଭାରତ ଅର୍ଥନୀତି । ବୋଝ ଉପରେ ନଳିତା ବିଡା ପରି ବଢିଚାଲିଛି ଟେନସନ । କ୍ଷତିରେ ସରକାରୀ ସଂସ୍ଥା ଚାଲିଥିବା ବେଳେ ଘେରାଇ ସଂସ୍ଥା ସ୍ଥିତି ଅତି ସଙ୍ଗୀନ ।

By

Published : May 8, 2019, 5:18 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବିପଥଗାମୀ ଦେଶ ଅର୍ଥନୀତି । ଦେବାଳିଆ ଆର୍ଥିକ ସଂସ୍ଥା । ଭୁଷୁଡୁଛି ପୁଞ୍ଜିବାଦ । ଗରିବ ଆହୁରୀ ଗରିବ ହେଉଛି ଓ ଧନୀ ଅତ୍ୟଧିକ ଧନୀ ହେବାରେ ଲାଗିଛି । ବନ୍ଦ ହେଉଛି ନାମୀଦାମୀ ଘରୋଇ ଏୟାରଲାଇନ୍ସ କମ୍ପାନୀ । ବେକାରୀ ହାର 45 ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । 36 କୋଟିପତି ଋଣଦାତା ଟଙ୍କା ପରିଶୋଧ ନ କରି ହୋଇଛନ୍ତି ଫେରାର । ଖସୁଛି ଦେଶର ସର୍ବୋଚ୍ଚ ତେଲ ଓ ଗ୍ୟାସ କମ୍ପାନୀ ଓଏନଜିସି ପ୍ରଦର୍ଶନ । କର୍ମଚାରୀଙ୍କୁ ଦରମା ଦେବାକୁ ଅକ୍ଷମ ବିଏସଏନଏଲ ଓ ହାଲ ଭଳି ସରକାରୀ ସଂସ୍ଥା । ଋଣ ବୋଝରେ ଉବୁଟୁବୁ ଭାରତୀୟ ପୋଷ୍ଟ । ରାସ୍ତାରେ ଚାଷୀ । ଏପରି ଶହ ଶହ ସମସ୍ୟା ଯୋଗୁଁ ଦୁର୍ବଳ ହେଉଛି ଭାରତ ମେରୁଦଣ୍ଡ ।

ଅନୁମାନ ତୁଳନାରେ ହ୍ରାସ ପାଉଛି ଅଭିବୃଦ୍ଧି ହାର । 2018-19 ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) 6.6% ରହିଛି । ପ୍ରଥମ ଓ ଦ୍ବିତୀୟ ତ୍ରୈମାସରେ ଏହା ଯଥାକ୍ରମେ 8.2% ଓ 7.1% ରହିଥିଲା । ଘରୋଇ ଓ ବିଦେଶରେ ଚାହିଦା କମିବା ଯୋଗୁ ବିକାଶ ହାର 7 ପ୍ରତିଶତରୁ କମ୍‌ ରହିଛି ।

ବିକାଶରେ ପ୍ରତିବନ୍ଧକର ମୁଖ୍ୟ କାରଣ ଘରେ ଘରେ ବଢୁଥିବା ବେକାରୀ । ଚାକିରୀ ନ ପାଇଁ ଶିକ୍ଷିତ ବେକାରୀ ଅପରାଧର ରାସ୍ତା ଆପଣାଉଛନ୍ତି । ଏପଟେ ଋଣ ଭାର ବଢିଯିବା ଯୋଗୁଁ ଜେଟ ଏୟାରୱେଜ ଭଳି ବୃହତ ଘରୋଇ ଏୟାରଲାଇନ୍ସ କର୍ମଚାରୀ ଏବେ ଦରମା ପାଇଁ କଲବଲ । ଚିଠି ଲେଖି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଅନୁରୋଧ , ବିକ୍ଷୋଭ ଆଦି ପରେ ଏବେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ । ଅନ୍ୟପଟେ ସେହି ସମାନ ସ୍ଥିତି ଏବେ ଦେଶର ଏକମାତ୍ର ସରକାରୀ ଟେଲିକମ କମ୍ପାନୀ ଭାରତୀୟ ସଞ୍ଚାର ନିଗମ ଲିମିଟେଡ(ବିଏସଏନଏଲ)ର । 54 ହଜାର କର୍ମଚାରୀଙ୍କୁ ଚାକିରୀ ସଂଙ୍କଟରେ । ନାହିଁରେ ନାହିଁରେ ଚାଲିଛି କର୍ପୋରେଟ ସେକ୍ଟର । ଏକା ଥରକରେ ଅଦାନୀ 5ଟି ଏୟାରପୋର୍ଟକୁ 50 ବର୍ଷ ପର୍ଯ୍ୟନ୍ତ ହାତମୁଠାକୁ ଆଣିଥିବା ବେଳେ କିଙ୍ଗ ଫିସର ଓ ଜେଟ ଏୟାରୱେଜ ମାଲିକ ମାଲ୍ୟା ଓ ନରେଶ ଗୋୟଲ ହତାଶ ହୋଇ କମ୍ପାନୀକୁ ବୁଡେଇ ଦେଲେଣି ।

ସରକାରଙ୍କ ଆର୍ଥିକ ଯୋଜନା ହଜାରେ । ହେଲେ 125 କୋଟି ଜନତା ମଧ୍ୟରୁ ମାତ୍ର କିଛି ଭାଗ ଲୋକଙ୍କ ପାଖରେ ପହଞ୍ଚୁଛି ସୁବିଧା । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକେ ନୁହେଁ ସବୁ ଥିବା ଶ୍ରେଣୀ ପାଉଛି ସହାୟତା । ଯାହା ଫଳରେ ମୁଣ୍ଡପିଛା ଆୟ ମଧ୍ୟ କମିବାରେ ଲାଗୁଛି । ବହୁ ସଂସ୍କାର ସତ୍ତ୍ବେ ସୁଧୁରୁନି ବ୍ୟବସ୍ଥା । ଏତେ ସତ୍ତ୍ବେ ବି ଅଭିବୃଦ୍ଧ ବଢିବ ବୋଲି ଦୃଢୋକ୍ତି ସରକାର । ଦେଖାଯାଉ ନୂଆ ସରକାର ଗଢିଲେ କେତେ ବଢିବ ଅଭବୃଦ୍ଧି ରେଖା ।

For All Latest Updates

ABOUT THE AUTHOR

...view details