ମୁମ୍ବାଇ: ସୁଧୁରୁଛି ବିନିର୍ମାଣ ସେକ୍ଟର । ଚାହିଦା ଦୃଷ୍ଟିରୁ ଏହି ସେକ୍ଟରରେ ଅଭିବୃଦ୍ଧି ଦେଖିବାକୁ ମିଳିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଦର୍ଶାଇଛି । କୋରୋନା ଭାଇରସ ମହାମାରୀରେ ପ୍ରଭାବିତ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ବିକ୍ରି ସଙ୍କୁଚନ 4.3 ପ୍ରତିଶତ ପର୍ଯ୍ୟନ୍ତ ସୀମିତ ରହିଛି ।
କୋଭିଡ-19 ସମୟରେ ସମଗ୍ର ଦେଶରେ ଲାଗୁ ଲକଡାଉନ ଯୋଗୁଁ ବିନିର୍ମାଣ କ୍ଷେତ୍ରର ପ୍ରଥମ ତ୍ରୟମାସରେ 41.1 ପ୍ରତିଶତ କ୍ଷତି ହୋଇଛି । ଆର୍ଥିକ ବର୍ଷ 2020-21ର ଦ୍ବିତୀୟ ତ୍ରୟମାସରେ ଘରୋଇ କର୍ପୋରେଟ ସେକ୍ଟରର ପ୍ରଦର୍ଶନ ଅନୁସାରେ ଲୁହା ଓ ଇସ୍ପାଦ , ଖାଦ୍ୟ ଉତ୍ପାଦ , ସିମେଣ୍ଟ, ଅଟୋମୋବାଇଲ ଓ ଔଷଧ କମ୍ପାନୀରେ ସୁଧାର ଆସିଛି ।