ଓଡିଶା

odisha

ETV Bharat / business

ଏଣିକି ଲଣ୍ଡନରେ ଗଡିବନି ଉବେର, ଜାଣନ୍ତୁ କାହିଁକି ? - uber

ଲଣ୍ଡନରେ ଉବେର ଲାଇସେନ୍ସ ରଦ୍ଦ । ଫଳରେ ଏବେ ଆଉ ଲଣ୍ଡନ ରାସ୍ତାରେ ଉବେର ଗଡିବନି । ଏନେଇ କମ୍ପାନୀ ଅସନ୍ତୁଷ୍ଟ ହେବା ସହ କୋର୍ଟରେ ଅପିଲ କରିବ ବୋଲି କହିଛି ।

ଏଣିକି ଲଣ୍ଡନରେ ଗଡିବନି ଉବେର, ଜାଣନ୍ତୁ କାହିଁକି ?

By

Published : Nov 25, 2019, 7:59 PM IST

ଲଣ୍ଡନ: ବ୍ରିଟିଶ ରାଜଧାନୀ ରାସ୍ତାରେ ଗଡିବନି ଉବେର । କାରଣ ଲଣ୍ଡନ ଟ୍ରାଞ୍ଜିଟ ଅଥରିଟି ଉବେର ସଞ୍ଚାଳନ ଲାଇସେନ୍ସକୁ ରଦ୍ଦ କରି ଦେଇଛନ୍ତି । ଲଣ୍ଡନ ପରିବହନ ବିଭାଗ ପକ୍ଷରୁ ଏନେଇ ବହୁ ଉଲଙ୍ଘନକୁ ଦର୍ଶାଇ ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ରହିଛି ବୋଲି କୁହାଯାଇଛି ।

ଏଥିସହ ସୋମବାର ରାତିରୁ ରାଇଡ କମ୍ପାନୀର ଲାଇସେନ୍ସ ଶେଷ ହେବାକୁ ଯାଉଛି । ଏପଟେ ଉବେରର କହିବାନୁଯାୟୀ, ଲଣ୍ଡନରେ ତାର ଲାଇସେନ୍ସକୁ ନବୀକରଣ କରାନଯିବା ନିଷ୍ପତ୍ତି ଅସାଧାରଣ ଓ ସମ୍ପୁର୍ଣ୍ଣ ଭୁଲ । ଏହି ନିଷ୍ପତ୍ତି ବିରୋଧରେ କୋର୍ଟରେ ଅପିଲ କରାଯିବ ।

ଏପଟେ ଟ୍ରାଞ୍ଜିଟ ଅଥରିଟି କହିଛି ଯେ, କିଛି ମୁଦ୍ଦାକୁ ନଜରରେ ରଖି ଏଭଳି ନିର୍ଣ୍ଣୟ ନିଆଯାଇଛି । ଏଥିରୁ ସ୍ପଷ୍ଟ ଯେ, ବର୍ତ୍ତମାନ ସମୟରେ ଲଣ୍ଡନ ପାଇଁ ଉବେର ଲାଭ ଦାୟକ ନୁହେଁ ବୋଲି ପରିବହନ ବିଭାଗ ଚିନ୍ତା କରୁଛି ।

ABOUT THE AUTHOR

...view details