ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ଦାଉରୁ ରକ୍ଷା ପାଇବା ପାଇଁ ଦେଶବ୍ୟାପି ଜାରି ରହିଛି ଲକଡାଉନ । ଏଭଳି ସ୍ଥିତିରେ ଅତ୍ୟାବଶ୍ୟକ ଜିନିଷ ମଧ୍ୟ ମହଙ୍ଗା ହୋଇଛି । ଖାଦ୍ୟ ସାମଗ୍ରୀ ଦର ହୁ ହୁ ହୋଇ ବଢୁଛି । ଏନେଇ ସୋମବାର କରାଯାଇଥିବା ଏକ ସର୍ଭେରୁ ସ୍ପଷ୍ଟ ହୋଇଛି ।
ସର୍ଭେ ଅନଯାୟୀ 60.9 ପ୍ରତିଶତ ଭାରତୀୟ ପ୍ରକାଶ କରିଛନ୍ତି ଯେ, ଦେଶବ୍ୟାପୀ ତାଲାବନ୍ଦ ଯୋଗୁଁ ବାଧ୍ୟ ହୋଇ ଅଧିକ ଦାମରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ପଡୁଛି। ସମଗ୍ର ଦେଶରେ ମାର୍ଚ୍ଚ 26 ଓ 27ରେ ଆଇଏଏନଏସ-ସି ଭୋଟର ଗେଲ୍ପ ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍ କରୋନା ଟ୍ରାକର୍ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରେ ଶୁଦ୍ଧ ଫଳାଫଳ ପ୍ରକାଶ ପାଇଛି |
ପୋଲରେ ପ୍ରଶ୍ନ ରହିଥିଲା କି, କଣ ଆପଣଙ୍କୁ ଉଚିତ ମୁଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଛି କି ? ଏହାର ଉତ୍ତରରେ ପ୍ରାୟ 60.9 ପ୍ରତିଶତ ଲୋକ ଉତ୍ତର ଦେଇ ଅଧିକ ଦର ବୃଦ୍ଧି ବୋଲି ଦର୍ଶାଇଥିଲେ ।