ଓଡିଶା

odisha

ETV Bharat / business

LIC କର୍ମଚାରୀଙ୍କ ପାଇଁ ଖୁସିଖବର, ବଢିଲା 25% ଦରମା - ଏଲଆଇସି କର୍ମଚାରୀ

ଏଲଆଇସିର 1.14 ଲକ୍ଷ କର୍ମଚାରୀଙ୍କ ପାଇଁ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ । ସେମାନଙ୍କ ଦରମା ବଢିବା ସହ ସପ୍ତାହରେ 2 ଦିନ କାମରୁ ବିରତି ନେଇ ମିଳିଛି ଖୁସିଖବର । ଅଧିକ ପଢନ୍ତୁ..

LIC କର୍ମଚାରୀଙ୍କ ପାଇଁ ଖୁସିଖବର, ବଢିଲା 25%  ଦରମା
LIC କର୍ମଚାରୀଙ୍କ ପାଇଁ ଖୁସିଖବର, ବଢିଲା 25% ଦରମା

By

Published : Apr 16, 2021, 9:22 PM IST

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC)ର କର୍ମଚାରୀଙ୍କ ପାଇଁ ଖୁସିଖବର । ଏପ୍ରିଲରୁ 2021-22 ଆର୍ଥିକ ବର୍ଷ ଆରମ୍ଭ ସହ ଏଲଆଇସିର 1.14 ଲକ୍ଷ କର୍ମଚାରୀଙ୍କ ପାଇଁ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ । ଏଥିସହ ସେମାନଙ୍କ ଦରମାରେ 25 ପ୍ରତିଶତ ବୃଦ୍ଧି ନେଇ ହୋଇଛି ଘୋଷଣା ।

ଅଲ ଇଣ୍ଡିଆ ଇନ୍ସୁରାନ୍ସ ଏମ୍ପ୍ଲାଇଜ ଆସୋସିଏନ (AIIEA) ର ଜେନରାଲ ସେକ୍ରେଟାରୀ ଶ୍ରୀକାନ୍ତ ମିଶ୍ର କହିଛନ୍ତି ଯେ, ଏଲଆଇସି କର୍ମଚାରୀଙ୍କ ଦରମାରେ ପ୍ରାୟ 25 ପ୍ରତିଶତ ବୃଦ୍ଧି ହେବ । ଏ ନେଇ ଖୁସି ବ୍ୟକ୍ତ କରିଛନ୍ତି କର୍ମଚାରୀ । ଗୁରୁବାର କେନ୍ଦ୍ର ସରକାର ଏଲଆଇସିର କର୍ମଚାରୀଙ୍କ ରିଭାଇଜଡ ସାଲାରୀର ନୋଟିଫିକେସନ ଜାରି କରିଛନ୍ତି । ସେହିପରି ସରକାର ଏଲଆଇସିର କର୍ମଚାରୀଙ୍କ ସପ୍ତାହରେ 5 ଦିନ କାମ କରିବାର ଭେଟି ବି ଦେଇଛି ।

ନୂଆ ଦରମା 2017 ଅଗଷ୍ଟ ପହିଲାରୁ ପଛୁଆ ଭାବେ ପ୍ରଭାବୀ ହେବ । ଏଲଆଇସି କର୍ମଚାରୀଙ୍କ 2017 ଅଗଷ୍ଟ ପହିଲାର ୱେଜ ରିଭିଜନ ବକେୟା ଥିଲା । ୟୁନିଅର ଏକ ଲିଡର କହିଛନ୍ତି କି, ଏଲଆଇସି ଇତିହାସରେ ଏହା ପ୍ରଥମ ଅବସର କି ଯେବେ ୱେଜ ରିଭିଜନରେ ଏତେ ବିଳମ୍ବ ହୋଇଛି । ମିଶ୍ରଙ୍କ ଅନୁସାରେ ମ୍ୟାନେଜମେଣ୍ଟ ପକ୍ଷରୁ 40 ପ୍ରତିଶତ ପରିଶ୍ରମିକ ବୃଦ୍ଧିର ଦାବି ହୋଇଥିଲା । ହେଲେ ଶେଷରେ 25 ପ୍ରତିଶତ ଦରମା ବଢିବା ନେଇ ବୁଝାମଣା ହୋଇଛି ।

ଏଲଆଇସି ନିୟମରେ କିଛି ପରିବର୍ତ୍ତନ କରିଛି । ନୂଆ ନିୟମ ଅଧିନରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି କି ଏବେ ଏଲଆଇସି ପାଇଁ ପ୍ରତି ଶନିବାରକୁ ପବ୍ଲିକ ହଲିଡେ ଭାବେ ଗଣାଯିବ । ଅର୍ଥାତ ଏବେ ପ୍ରତି ଶନିବାର ଏଲଆଇସି ଛୁଟି ରହିବ ।

ABOUT THE AUTHOR

...view details