ନୂଆଦିଲ୍ଲୀ: ଏବେ ଆଉ ବଜାରକୁ ଆସିବନି ଏଲଜି ଫୋନ । ଦକ୍ଷିଣ କୋରିଆର ଇଲେକ୍ଟ୍ରୋନିକ କମ୍ପାନୀ ଏଲଜି, ଏହାର କ୍ଷତିଗ୍ରସ୍ତ ମୋବାଇଲ ଫୋନ କାରବାରକୁ ବନ୍ଦ ପାଇଁ ଘୋଷଣା କରିଛି । କମ୍ପାନୀ ସୋମବାର ଏ ନେଇ ସୂଚନା ଦେଇଛି ।
ଆଉ ମିଳିବନି ଏଲଜି ଫୋନ, କାରବାର ବନ୍ଦ - ବନ୍ଦ ହେଲା ଏଲଜି ସ୍ମାର୍ଟଫୋନ
ଆଉ ବଜାରକୁ ଆସିବନି ଏଲଜି ଫୋନ । ଦକ୍ଷିଣ କୋରିଆର ଇଲେକ୍ଟ୍ରୋନିକ କମ୍ପାନୀ ଏଲଜି ଏହାର କ୍ଷତିଗ୍ରସ୍ତ ମୋବାଇଲ ଫୋନକୁ କାରବାରରୁ ବନ୍ଦ ପାଇଁ ଘୋଷଣା କରିଛି । ଅଧିକ ପଢନ୍ତୁ..
ଏବେ ଏଲଜି ଏହାର ଇଲେକ୍ଟ୍ରୋନିକ ଗାଡି ଯନ୍ତ୍ରାଂଶ, ରୋବୋଟିକ୍ସ, ଅର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଓ ଅନ୍ୟ ଉତ୍ପାଦ ଏବଂ ସେବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବ । କମ୍ପାନୀ ଏକ ବିବୃତ୍ତିରେ କହିଛି କି ଏଲଜିର ନିର୍ଦ୍ଦେଶକ ମଣ୍ଡଳ ଏହାର ରଣନୀତିରେ ପରିବର୍ତ୍ତନ ପାଇଁ ମଞ୍ଜୁରୀ ଦେଇଛି । କମ୍ପାନୀ ଜୁଲାଇ ଶେଷ ଯାଏଁ ମୋବାଇଲ ଫୋନ କାରବର ସମ୍ପୁର୍ଣ୍ଣ ରୂପେ ବନ୍ଦ କରିଦେବ ।
ଏକ ସମୟରେ ଏଲଜି ତୃତୀୟ ସବୁଠୁ ବଡ ମୋବାଇଲ ଫୋନ କମ୍ପାନୀ ଥିଲା । ହେଲେ ପରେ ଚୀନର କମ୍ପାନୀ ଓ ଅନ୍ୟ ପ୍ରତିଦ୍ବନ୍ଦୀଙ୍କ ଠାରୁ ଏହା ନିଜର ବଜାର ଅଂଶଧନ ହରାଇଦେଇଛି । କାଉଣ୍ଟରପଏଣ୍ଟ ଟେକ୍ନୋଲୋଜି ମାର୍କେଟ ଅନୁସାରେ ଏଲଜି ଉତ୍ତର ଆମେରିକାରେ ଏବେ ବି ତୃତୀୟ ନମ୍ବରରେ ରହିଛି । ଏହାର ବଜାର ଅଂଶଧନ 13 ପ୍ରତିଶତ ଅଛି । 2020ର ତୃତୀୟ ତ୍ରୟମାସରେ ଉତ୍ତର ଆମେରିକାରେ ଆପଲ 39 ପ୍ରତିଶତ ବଜାର ଅଂଶଧନ ସହ ପ୍ରଥମ ଓ ସାମସଙ୍ଗ 30 ପ୍ରତିଶତ ବଜାର ଅଂଶଧନ ସହ ଦ୍ବିତୀୟ ନମ୍ବରରେ ଥିଲା ।