ବେଙ୍ଗାଲୁରୁ: କର୍ଣ୍ଣାଟକରେ ରିଅଲ ଇଷ୍ଟେଟ ବ୍ୟବସାୟକୁ ମିଳିବ ବୁଷ୍ଟର । ଏ ନେଇ ସୋମବାର ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କର୍ଣ୍ଣାଟକ ମୂଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ସୋମବାର ରାଜ୍ୟ ବଜେଟ 2021-22 ରେ 35ରୁ 45 ଲକ୍ଷ ମଧ୍ୟରେ ରହିଥିବା ଆପାର୍ଟମେଣ୍ଟ ପାଇଁ ଷ୍ଟାମ୍ପ ଶୁଳ୍କରେ 2 ପ୍ରତିଶତ ହ୍ରାସ ନେଇ ପ୍ରସ୍ତାବ ଦେଇଛନ୍ତି ।
ସୋମବାର କର୍ଣ୍ଣାଟକ ବଜେଟ 2021-22 ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ୟେଦୁରପ୍ପା । ସେ ଅର୍ଥମନ୍ତ୍ରୀ ଦାୟିତ୍ବରେ ମଧ୍ୟ ରହିଛନ୍ତି । ଏଣୁ ବଜେଟ ଉପସ୍ଥାପନ ବେଳ ସେ ସୁଲଭ ଆବାସକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ 35 ଓ 45 ଲକ୍ଷ ମଧ୍ୟର ମୂଲ୍ୟବାନ ଆପାର୍ଟମେଣ୍ଟର ପଞ୍ଜିକରଣ ପାଇଁ ଷ୍ଟାମ୍ପ ଶୁଳ୍କକୁ କ୍ରମଶଃ 5 ପ୍ରତିଶତ ଓ 3 ପ୍ରତିଶତ କରିବାକୁ ଘୋଷଣା କରିଛନ୍ତି ।
ତେବେ ରିଅଲ ଇଷ୍ଟେଟର ବିଭିନ୍ନ ବର୍ଗରେ ଷ୍ଟାମ୍ପ ଶୁଳ୍କ ହ୍ରାସ କରିବା ପାଇଁ ପୂର୍ବ ପଦକ୍ଷେପଗୁଡିକର ଜାରି ରହିଛି । କୋରୋନା ମହାମାରୀ , ଲକଡାଉନ ଯୋଗୁଁ ରିଅଲ ଇଷ୍ଟେଟ ବ୍ୟବସାୟ ଗଭୀର ଭାବେ ପ୍ରଭାବିତ ହୋଇଛି । ଏଥିଲାଗି କର୍ଣ୍ଣାୟକ ଏବଂ ବିଶେଷତଃ ବେଙ୍ଗାଲୁରୁରେ ରିଅଲ ଇଷ୍ଟେଟ କମ୍ପାନୀଗୁଡିକ ଭାରତ ଆଇଟି ରାଜଧାନୀ (ବେଙ୍ଗାଲୁରୁ) ରେ ଅନସୋଲ୍ଡ ଆପାର୍ଟମେଣ୍ଟର ବିକ୍ରିକୁ ପ୍ରୋତ୍ସାହନ ଦେବା ପାଇଁ ରିଲିଫର ଅନୁରୋଧ କରିଥିଲେ ।