ମୁମ୍ବାଇ: ବାର୍ଷିକ 25 ଲକ୍ଷରୁ ଅଧିକ ପ୍ୟାକେଜ ଥିବା କର୍ମଚାରୀଙ୍କ ଦରମାରୁ 10 ପ୍ରତିଶତ କାଟିବ କୋଟକ ମହିନ୍ଦ୍ରା ବ୍ୟାଙ୍କ । କୋରୋନା ସଙ୍କଟରୁ ଉତ୍ପନ୍ନ ସ୍ଥିତିକୁ ନଜରରେ ରଖି ବ୍ୟାଙ୍କ ଏନେଇ ନିର୍ଣ୍ଣୟ ନେଇଛି ।
କୋରୋନା ସଙ୍କଟ, କର୍ମଚାରୀଙ୍କ ଦରମା କାଟିବ କୋଟାକ ମହିନ୍ଦ୍ରା ବ୍ୟାଙ୍କ
ବାର୍ଷିକ 25ଲକ୍ଷରୁ ଉର୍ଦ୍ଧ୍ବ ପ୍ୟାକେଜ ଥିବା କର୍ମଚାରୀଙ୍କ ଦରମା 10 ପ୍ରତିଶତ କାଟିକ କୋଟାକ ମହିନ୍ଦ୍ରା ବ୍ୟାଙ୍କ । ଏ ନେଇ ବ୍ୟାଙ୍କ ଗୁରୁବାର ଘୋଷଣା କରିଛି । ଅଧିକ ପଢନ୍ତୁ...
କିଛି ସପ୍ତାହ ପୂର୍ବରୁ ବ୍ୟାଙ୍କର ବରିଷ୍ଠ ପରିଚାଳନା ଅଧିକାରୀମାନେ 2020-21 ବର୍ଷ ପାଇଁ ସ୍ବେଚ୍ଛାକୃତ ଭାବେ ନିଜ ଦରମାରୁ 15 ପ୍ରତିଷତ ହ୍ରାସ ନେଇ ଘୋଷଣା କରିଥିଲେ । କାରବାରକୁ ବଞ୍ଚାଇ ରଖିବା ପାଇଁ ଦରମା ହ୍ରାସ ନିଷ୍ପତ୍ତି ନିଆଯାଇଛି । 2020 ମେ ମାସର ଦରମା ହ୍ରାସ ନିୟମ ଲାଗୁ ହେବ । ବ୍ୟାଙ୍କର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ସୁଖଜିତ ପସରିଚା ଏନେଇ ସୂଚନା ଦେଇଛନ୍ତି ।
କୋରୋନାରେ ପ୍ରଭାବରେ ଅର୍ଥନୀତି ଟଳମଳ । ଏଥିଯୋଗୁଁ ବହୁ କର୍ପୋରେଟ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ଦରମା ହ୍ରାସ କରୁଛନ୍ତି । କିଛି କର୍ମଚାରୀଙ୍କ ଛଟେଇ ଆରମ୍ଭ କରିଦେଲେଣି । ଦେଖିବାକୁ ଗଲେ ଲକଡାଉନର ସବୁଠୁ ବଡ ପ୍ରଭାବ ଅସଙ୍ଗଠିକ କ୍ଷେତ୍ର ଉପରେ ପଡିଛି ।