ଓଡିଶା

odisha

ETV Bharat / business

ବଜେଟ ପରେ କାହିଁକି ବେଲଗାମ ହେଲା ବଜାର? ଏପରି କହିଲେ ଅର୍ଥମନ୍ତ୍ରୀ

ଫେବୃଆରୀ ପହିଲାରେ ସଂସଦରେ ବଜେଟ ଉପସ୍ଥାପନ ପରେ ବଜାର ବେଲଗାମ ହୋଇପଡିଥିଲା । ତେବେ କାହିଁକି ଏଭଳି ସ୍ଥିତି ଉପୁଜିଲା ବୋଲି ଅର୍ଥମନ୍ତ୍ରୀଙ୍କୁ ପଚରାଯିବାରୁ ସେ କିଛି ଏଭଳି କହିଛନ୍ତି ।

know what fm nirmala sitharaman answered when asked about sensex fall after budget speech
ବଜେଟ ପରେ କାହିଁକି ବେଲଗାମ ହେଲା ବଜାର?

By

Published : Feb 4, 2020, 2:35 PM IST

ନୂଆଦିଲ୍ଲୀ: ଫେବୃଆରୀ ପହିଲାରେ ସଂସଦରେ ବଜେଟ ଉପସ୍ଥାପନ ପରେ ବଜାର ବେଲଗାମ ହୋଇପଡିଥିଲା । କାରବାର ଶେଷ ସୁଦ୍ଧା ସେନସେକ୍ସ 978 ପଏଣ୍ଟ କମିଥିଲା ନିଫ୍ଟି 300 ପଏଣ୍ଟରୁ ଊର୍ଦ୍ଧ୍ବ ଖସିଥିଲା । ତେବେ କାହିଁକି ଏଭଳି ସ୍ଥିତି ଉପୁଜିଲା ବୋଲି ଅର୍ଥମନ୍ତ୍ରୀଙ୍କୁ ପଚରାଯିବାରୁ ସେ କିଛି ଏଭଳି କହିଛନ୍ତି ।

ସୋମବାର FICCIର ଆୟୋଜନ ସମ୍ମିଳନୀରେ ଯୋଗ ଦେଇ ଅର୍ଥମନ୍ତ୍ରୀ ସେୟାର ବଜାର ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଆଜି (ସେମବାର) ସେୟାର ବଜାରରେ ଖୁସି ଝଲସୁଛି । ବାସ୍ତବରେ ଦେଖିବାକୁ ଗଲେ ସୋମବାର ହିଁ କାମ ପାଇଁ ମୁଡ ରହିଥାଏ । ଆଉ ଆଜି ମୁଡ ଭଲ ରହିଛି ।’


ବଜେଟରେ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ସ (LTCG)କୁ ସେପରି କୌଣସି ଘୋଷଣା ହେଲା ନାହିଁ । ଯେଉଁପାଇଁ ନିବେଶକଙ୍କ ପ୍ରାୟ 4 ଲକ୍ଷ କୋଟି ଟଙ୍କା ହରାଇବାକୁ ପଡିଥିଲା । ପ୍ରକାଶ ଯେ, ବଜେଟ ପୂର୍ବରୁ ଆଶା ରହିଥିଲା କି ନିବେଶକଙ୍କୁ ଏଲଟିସିଜି ସ୍ତରରେ ସରକାର ଆଶ୍ବସ୍ତି ଦେଇପାରନ୍ତି ।

ତେବେ ଆବଣ୍ଟନ ଲାଭଂଶ କର(Dividend Distribution Tax) କୁ ଉଚ୍ଛେଦ କରାଯାଇଥିବାରୁ କିଛି ଆଶ୍ବସ୍ତି ମିଳିଛି ।

ପ୍ରକାଶ ଯେ, ମଙ୍ଗଳବାର ବିଏସଇର 30 କମ୍ପାନୀର ସେୟାର ସୂଚକାଙ୍କ ସେନସେକ୍ସ 400 ପଏଣ୍ଟରୁ ଊର୍ଦ୍ଧ୍ବ ବଢିଛି । କାରବାର ସମୟରେ ଏହା ଆହୁରି ବଢିଥିବା ଦେଖାଦେଇଛି ।

ସୌଜନ୍ୟ: ଏଏନଆଇ

ABOUT THE AUTHOR

...view details