ଓଡିଶା

odisha

ETV Bharat / business

ଆପଣଙ୍କ PF ଆକାଉଣ୍ଟରେ କେତେ ଟଙ୍କା ରହିଛି , ଜାଣନ୍ତୁ ଏପରି ... - ୋୀନଗମା

ଆପଣ ଜଣେ ଚାକିରିଆ କି? ତେବେ ପ୍ରତି ମାସ ପିଏଫ ବାବଦକୁ କଟୁଥିବା ଟଙ୍କାର ପରିମାଣ କେତେ ହେଲାଣି ? ଏହାକୁ କିପରି ଜାଣିବେ, ଏପରି କରନ୍ତୁ ଚେକ୍‌ ।

ପ୍ରତିକାତ୍ମକ ଫଟୋ

By

Published : Apr 2, 2019, 2:58 PM IST

ନୂଆଦିଲ୍ଲୀ: ଚାକିରିଆଙ୍କ ଅବସରକାଳୀନ ସାଥୀ ଇପିଏଫ(କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି) ପାଣ୍ଠି । ମାସିକ ଦରମା ମିଳିବା ସମୟରେ ବିଭିନ୍ନ ସେବା ବାବଦକୁ କଟିଥାଏ ଟଙ୍କା । ତାହା ସବୁ ଇପିଏଫ ଆକାରରେ ଜମା ହୋଇଥାଏ । ଚାକିରିରୁ ଛାଡିବା ପରେ ଏକକାଳୀନ ସେହି ଟଙ୍କା ସୁଧ ସହମିଳିଥାଏ । ତେବେ ତାହା କେତେ କଟୁଛି । ବର୍ତ୍ତମାନ ଆପଣଙ୍କ ପିଏଫ ଆକାଉଣ୍ଟରେ କେତେ ଟଙ୍କା ଅଛି ଜାଣନ୍ତି କି? ଏପରି କରନ୍ତୁ ଯାଞ୍ଚ ।

ଇପିଏଫ ବାବଦରେ ଯାହା ଟଙ୍କା କଟେ ତାହା ମିଶେ ଇଫିଏଫ ଆକାଉଣ୍ଟରେ। ପିଏଫରେ ଆପଣଙ୍କ ଦରମାର ପାଖାପାଖି12 ପ୍ରତିଶତ ଯୋଗଦାନ ରହିଥାଏ । ଏଥିସହ ଆଉ 12 ପ୍ରତିଶତ କମ୍ପାନୀ ପକ୍ଷରୁ ମିଳିଥାଏ। କମ୍ପାନୀ ଯେଉଁ ଟଙ୍କା ଦିଏ, ସେଥି ମଧ୍ୟରେ 8.33 ପ୍ରତିଶତ ପେନସନ ଯୋଜନା (EPS) ଅନ୍ତର୍ଗତ ରହିଥାଏ । ଆଉ ବାକି 3.67 ପ୍ରତିଶତ ଇପିଏଫ ମଧ୍ୟରେ ରହିଥାଏ ।

ଯଦି ଆପଣ ବର୍ଷ ବର୍ଷ ଧରି ଚାକିରି କରୁଛନ୍ତି ତ, ପ୍ରତିମାସ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିବାକୁ ଲାଗିଥାଏ । ତେବେ ଏଥିମଧ୍ୟରେ ଯଦି ଆପଣ ଜାଣିବାକୁ ଚାହାନ୍ତି ଯେ, ଆପଣଙ୍କ ଦରମାରୁ କେତେ ଟଙ୍କା ପିଏଫ ବାବଦକୁ ଜମା ହୋଇଥାଏ । ଏପରି ଘରେ ବସି ଅନଲାଇନ ଜରିଆରେ ଯାଞ୍ଚ କରୁନ୍ତୁ ।

ପ୍ରଥମେ ଏଥିପାଇଁ ଆପଣଙ୍କ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ଅଧିକାରୀକ ୱେବସାଇଟ https://www.epfindia.gov.in ଉପରେ କ୍ଲିକ କରନ୍ତୁ ।

  • 1. ୱେବସାଇଟ ଖୋଲିଲା ପରେ ଇ-ପାସବୁକ ଉପରେ କ୍ଲିକ କରନ୍ତୁ
  • 2 . ଏଠାରେ ଆପଣଙ୍କୁ UAN ନମ୍ବର ସମେତ ଅନ୍ୟ ସୂଚନାକୁ ଦେବାକୁ ପଡିବ । ଏହି ସବୁ ଶୂନ୍ୟସ୍ଥାନ ପୂରଣ କରିବା ପରେ ପେଜଟି ଓପେନ ହେବ ।
  • 3. ଏହି ପେଜଟି ଖୋଲିଲା ପରେ ଆଉପଣ ଇ-ପାସବୁକ ଚେକ କରିପାରିବେ । ଏହା ଦର୍ଶାଇବ ଆପଣଙ୍କ ପିଏଫ ଆକାଉଣ୍ଟରେ ବର୍ତତ୍ମାନ ସୁଦ୍ଧା କେତେ ଟଙ୍କା ଜମା ରହିଛି ।


ତେବେ ଏଥିପାଇଁ ମୋବାଇଲ ଆପ ମଧ୍ୟ ରହିଛି । ଯାହାର ନାମ UMANG ରହିଛି । ଏହି ଆପ ଡାଉନଲୋଡ କରିବା ପରେ କିଛି ସୂଚନା ଭରିବାକୁ ପଡିବ । ଏହା ପରେ ଆପଣଙ୍କୁ ବାଲାନ୍ସ ସମ୍ପର୍କରେ ଜଣାପଡିବ ।

ABOUT THE AUTHOR

...view details