ଓଡିଶା

odisha

By

Published : Jan 27, 2020, 9:26 PM IST

Updated : Jan 28, 2020, 1:16 PM IST

ETV Bharat / business

କିପରି ସ୍ବତନ୍ତ୍ରରୁ ସାଧାରଣ ହେଲା ରେଳ ବଜେଟ, ପଢନ୍ତୁ

ନୂଆଦିଲ୍ଲୀ: ସାଧାରଣ ସହ ରେଳ ବଜେଟର ମିଶ୍ରଣ କରି ପ୍ରଥମଥର 2017ରେ ଅରୁଣ ଜେଟଲୀ ଉପସ୍ଥାପନ କରିଥିଲେ ବଜେଟ । ସେବେଠାରୁ ଲଗାତାର ଭାବେ ସଂସଦରେ ଅର୍ଥମନ୍ତ୍ରୀ ଏହି ମିଶ୍ରିତ ବଜେଟ ଉପସ୍ଥାପନ କରୁଛନ୍ତି । ତେବେ ଆପଣ ଜାଣନ୍ତି କି? ଏହି ମିଶ୍ରଣ ପଛର ଇତିହାସ କଣ ରହିଛି? ପଢନ୍ତୁ...

Know all about Railway Budget that was in existence for over 90 years
କିପରି ସ୍ବତନ୍ତ୍ରରୁ ସାଧାରଣ ହେଲା ରେଳ ବଜେଟ, ପଢନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

ହାଇଦ୍ରାବାଦ: ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିବେ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ । ତେବେ ଆପଣ ଜାଣନ୍ତି କି ଏହା ଚତୁର୍ଥ ଥର ହେବ , ଯେବେ ସାଧାରଣ ସହ ରେଳ ବଜେଟକୁ ଉପସ୍ଥାପନ କରାଯିବ । କାରଣ ସରକାର ବଦଳିବା ସହ ପରିବର୍ତ୍ତନ ହୋଇଛି ପରମ୍ପରା । ତେବେ କଣ ଆପଣ ଜାଣନ୍ତି କି ? କିଏ ପ୍ରଥମେ ସ୍ବତନ୍ତ୍ର ରେଳ ବଜେଟ ଆରମ୍ଭ କରିଥିଲା । ଆଉ ଏହା ପଛର ଇତିହାସ କଣ ରହିଛି ?


ସଡକ ମାର୍ଗର ବିଗ ଆଣ୍ଡ ବେଷ୍ଟ ଟ୍ରାନ୍ସପୋର୍ଟ ରେଳ । ଇଂରେଜଙ୍କ ହାତରେ ହୋଇଥିଲା ଏହାର ଶୁଭାରମ୍ଭ । ଆଉ ସେହି ଇଂରେଜ ହିଁ 1924ରେ ସର୍ବପ୍ରଥମେ ସ୍ବତନ୍ତ୍ର ରେଳ ବଜେଟ ଉପସ୍ଥାପନ କରିଥିଲେ । ସେତେବଳେ ସାଧାରଣ ବଜେଟର 70 ପ୍ରତିଶତ କେବଳ ରେଳକୁ ଯାଉଥିଲା । ଏହା ପୂର୍ବରୁ 1860ରୁ ନେଇ 1924 ପର୍ଯ୍ୟନ୍ତ ସାଧାରଣ ମଧ୍ୟରେ ହିଁ ରେଳ ବଜେଟକୁ ରଖାଯାଇଥିଲା । ହେଲେ ସ୍ବତନ୍ତ୍ର ଭାବେ ରେଳ ବଜେଟ ଆଣିବା ପାଇଁ ଏକ୍ବର୍ଥ ସମିତି ପକ୍ଷରୁ 1921ମସିହାରେ ସୁପାରିଶ କରାଯାଇଥିଲା । ଯାହା ପରେ ରେଳୱେକୁ ଅର୍ଥମନ୍ତ୍ରାଣଳୟରୁ ଅଲଗା କରିଦିଆଯାଇଥିଲା । ପରବର୍ତ୍ତୀ ସମୟରେ ପୁଣି 2017ରେ ଅରୁଣ ଜେଟଲୀ ମିଶ୍ରିତ ବଜେଟ ଉପସ୍ଥାପନ କରି ପ୍ରଥମ ଅର୍ଥମନ୍ତ୍ରୀ ହେବାର ସୌଭାଗ୍ୟ ହାତେଇଥିଲା ।

କିପରି ସ୍ବତନ୍ତ୍ରରୁ ସାଧାରଣ ହେଲା ରେଳ ବଜେଟ, ପଢନ୍ତୁ

ତତକାଳୀନ ନୀତି ଆୟୋଗ ସଦସ୍ୟ ବିବେକ ଦେବରାୟ ଅଧ୍ୟକ୍ଷତାରେ ଗଠିତ ସମିତିରେ ଏହି ସ୍ବତନ୍ତ୍ର ରେଳ ବଜେଟରେ ପୂର୍ଣ୍ଣଚ୍ଛେଦ ପାଇଁ ପ୍ରସ୍ତାବ ଦେଇଥିଲେ । ଏ ନେଇ ଅର୍ଥମନ୍ତ୍ରାଣଳୟର 5 ଜଣିଆ ଟିମ ଗଠନ ହୋଇଥିଲା । ସମିତି ରିପୋର୍ଟ ଦେବା ପରେ ପ୍ରଥମ କରି ତତତକାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁ ସ୍ବତନ୍ତ୍ର ରେଳ ବଜେଟକୁ ନ ଆଣିବା ପାଇଁ ରାଜ୍ୟସଭାବେ ପ୍ରସ୍ତାବ ଦେଇଥିଲେ । ଯଦି 2ଟି ବଜେଟର ବିଲୟ ହୁଏ ତେବେ ଆଗମୀ ଦିନରେ ଦେଶକୁ ଆର୍ଥିକ ଫାଇଦା ମିଳିବ ବୋଲି ସୁରେଶ ଯୁକ୍ତି ବାଢିଥିଲେ ।

ପରେ ମୋଦି ସରକାରଙ୍କ ନିଷ୍ପତ୍ତି କ୍ରେମ ରେଳ ବଜେଟ ସ୍ବତନ୍ତ୍ରରୁ ସାଧାରଣ ହୋଇଥିଲା । ଏଭଳି ଭାବେ 92 ବର୍ଷ ଧରି ଚାଲିଥିବା ରେଳ ବଜେଟ ପ୍ରଥା ସମାପ୍ତ ହୋଇଥିଲା । ପ୍ରଥମଥର 2017ରେ ଅରୁଣ ଜେଟଲୀ ଉପସ୍ଥାପନ କରିଥିଲେ ବଜେଟ ।

ଏହା ଦ୍ବାରା କଣ ରହିଛି ଫାଇଦା

  • ପ୍ରଥମତଃ ସାଧାରଣ ସହ ରେଳ ବଜେଟ ମିଶିବା ଫଳରେ ନଗଦ ସମସ୍ୟା ଦୂର ହେଲା । ଯେଉଁଥିପାଇଁ ପ୍ରତିବର୍ଷ ପାଖାପାଖୀ 10 କୋଟି ଟଙ୍କା ବଞ୍ଚୁଛି ।
  • ଦ୍ବିତୀୟରେ ଏହି 2 ବଜେଟର ମିଶ୍ରଣ ପରେ ରେଲୱେ ରାଜସ୍ବ ଡେଫିସିଟ ଓ କ୍ୟାପିଟାଲ ଏକ୍ସପେଣ୍ଡିଚରକୁ ଅର୍ଥମନ୍ତ୍ରାଣଳୟକୁ ପଠାଇ ଦିଆଗଲା ।
  • ରେଲୱେ ନିଜ ଆୟରୁ ତା କର୍ମଚାରୀଙ୍କୁ ଟଙ୍କା ଦେଉଛି । ଆଉ ସେ ଯେଉଁ ଋଣ ନିଏ , ତା ସରକାରଙ୍କୁ ଭରିବାକୁ ପଡିଥାଏ । କିନ୍ତୁ ଏହି ମର୍ଜର ଦ୍ବାରା ସରକାରଙ୍କ ଋଣ ଭାର ମଧ୍ୟ କମିଗଲା ।


ରେଳ ବଜେଟ ସହ ଜଡିତ କିଛି ରୋଚକ ତଥ୍ୟ -


ଭାରତୀୟ ରେଳକୁ ଫାଇନାନ୍ସିଆଲ ଷ୍ଟେଟମେଣ୍ଟ ପ୍ରତିବର୍ଷ ଦିଆଯାଇଥାଏ । ଯାହାକୁ ରେଳ ବଜେଟ କୁହାଯାଏ । ଏହାକୁ ଦେଶର ରେଳମନ୍ତ୍ରୀ ସାଧାରଣ ବଜେଟର କିଛି ଦିନ ପୂର୍ବରୁ ସଂସଦରେ ଉପସ୍ଥାପନ କରୁଥିଲେ । ରେଳ ବଜେଟ ଲୋକସଭାରେ ଧନ ବିଧେୟକ ଭାବେ କେନ୍ଦ୍ର ରେଳ ମନ୍ତ୍ରୀ ଦ୍ବାରା ପ୍ରସ୍ତୁତ କରାଯାଉଥିଲା । ଭାରତୀୟ ସମ୍ବିଧାନରେ ରେଳ ବଜେଟ ସମ୍ପର୍କରେ ଆଦୌ ବର୍ଣ୍ଣିତ ହୋଇନାହିଁ । ଏଥିଯୋଗୁଁ ସମ୍ବିଧାନର ଅନୁଚ୍ଛେଦ 112 ଓ 204 ଅନ୍ତର୍ଗତ ଲୋକସଭାରେ ଆଗତ ଓ ମଞ୍ଜୁରୀ ଦିଆଯାଇଥାଏ ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ 6 ଥର ରେଳ ବଜେଟ ଉପସ୍ଥାପନ କରି ରେକର୍ଡ କରିଥିଲେ । ସେ ୟୁପିଏ ସରକାର ମଧ୍ୟରେ 2004ରୁ 2009 ମଧ୍ୟରେ ରେଳ ମନ୍ତ୍ରୀ ରହିଥିଲେ । ସେହିପରି ମମତା ବାନାର୍ଜୀ ରେଳ ବଜେଟ ଉପସ୍ଥାପନ କରିଥିବା ପ୍ରଥମ ରେଳମନ୍ତ୍ରୀ ଥିଲେ । 2002 ରେ ସେ ସଂସଦରେ ରେଳ ବଜେଟ ଆଣିଥିଲେ । ସୁରେଶ ପ୍ରଭୁ ମଧ୍ୟ ଶେଷ ରେଳ ବଜେଟ 2016 ଫେବୃଆରୀ 25ରେ ଉପସ୍ଥାପନ କରିଥିଲେ । ଏହା ପରେ ପ୍ରଥମ ଅର୍ଥମନ୍ତ୍ରୀ ଭାବେ ଅରୁଣ ଜେଟଲୀ ସଂଯୁକ୍ତ ବଜେଟ ଉପସ୍ଥାପନ କରି ନୂଆ ଇତିହାସ ରଚିଥିଲେ ।

Last Updated : Jan 28, 2020, 1:16 PM IST

ABOUT THE AUTHOR

...view details