ଓଡିଶା

odisha

ETV Bharat / business

‘କେବଳ MSME ନୁହେଁ ଅନ୍ୟ କାରବାରକୁ ମଧ୍ୟ ଋଣ ଦିଅ’ - Keep lending to MSME

ଏମଏସଏମଇକୁ ଋଣ ଦିଆଯାଉ । ହେଲେ ଅନ୍ୟ କାରବାରକୁ ମଧ୍ୟ ଆବଶ୍ୟକତା ଅନୁଯାୟୀ ସହଯୋଗ କରାଯାଉ ବୋଲି ପିଏସବିକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଅଧିକ ପଢନ୍ତୁ...

MSME
‘କେବଳ MSME ନୁହେଁ ଅନ୍ୟ କାରବାରକୁ ମଧ୍ୟ ଋଣ ଦିଆଯାଉ’

By

Published : Jun 9, 2020, 9:33 PM IST

ନୂଆଦିଲ୍ଲୀ: ବିନା ଗ୍ୟାରେଣ୍ଟିରେ ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ (ଇସିଏଲ୍‌ଜିଏସ୍‌) ଅଧିନରେ ଏମଏସଏମଇକୁ ଋଣ ଦିଆଯାଉ । ହେଲେ ଅନ୍ୟ କାରବାରକୁ ବି ସହଯୋଗ କରାଯାଉ । ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ସହ ଏକ ସମୀକ୍ଷା ବୈଠକ ବେଳେ ଏନେଇ ପରାମର୍ଶ ଦେଇଛନ୍ତି ।

ଭିଡିଓ କନଫରେନ୍ସି ଜରିଆରେ ସୀତାରମଣ ସରକାରୀ ଋଣଦାତାଙ୍କ ସହ ଋଣ ପ୍ରଦାନର ବିଭିନ୍ନ ଦିଗ ନେଇ ଆଲୋଚନା କରିଛନ୍ତି ।

ଆର୍ଥିକ ସେବା ବିଭାଗ ଏକ ଟ୍ବିଟ କରି କହିଛି କି, ଅର୍ଥମନ୍ତ୍ରୀଙ୍କ ସମୀକ୍ଷା ସମୟରେ ପିଏସବିକୁ କହିଛନ୍ତି, ଏମଏସଏମଇକୁ ଲଗାତାର ଋଣ ପ୍ରଦାନ କର । ତାସହ ଅନ୍ୟ କାରବାରର ଋଣ ଆବଶ୍ୟକତା ମଧ୍ୟ ପୂରଣ ନେଇ ଲକ୍ଷ୍ୟ ରଖିବା ଦରକାର ବୋଲି କହିଛନ୍ତି ।

ଏହି ନିର୍ଦ୍ଦେଶ ଏଭଳି ସମୟରେ ସାମ୍ନାକୁ ଆସିଛି , ଯେବେ ଗୋଟିଏ ଦିନ ପୂର୍ବରୁ ଅର୍ଥମନ୍ତ୍ରୀ ଫିକ୍କିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସମିତିର ସଦସ୍ୟଙ୍କୁ ସମ୍ବୋଧିକ କରି ସ୍ପଷ୍ଟ କରିଥିଲେ କି, ଆତ୍ମନିର୍ଭର ଭାରତ ପ୍ୟାକେଜର ଏକ ଅଂଶ ରୂପେ ଘୋଷିତ କୋଭିଡ ଏମର୍ଜେନ୍ସି କ୍ରେଡିଟ ଫେସିଲିଟି କେବଳ ଏମଏସଏମଇ ପାଇଁ ନୁହେଁ, ବର ସମସ୍ତ କମ୍ପାନୀଙ୍କ ପାଇଁ ଏହା ଉପଲବ୍ଧ ।

ABOUT THE AUTHOR

...view details