ନୂଆଦିଲ୍ଲୀ: ରୁଗ୍ନଗ୍ରସ୍ଥ ରପ୍ତାନୀ ସେକ୍ଟରରେ ସୁଧାର ଦେଖିବାକୁ ମିଳୁଛି । ଜୁଲାଇ ମାସରେ ରପ୍ତାନୀ ଗତ ବର୍ଷ ଜୁଲାଇ ମାସ ସହ ସମାନ ରହିଛି । ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ମଙ୍ଗଳବାର ଏ ନେଇ କହିଛନ୍ତି ।
ଏଭଳି ଅନେକ ସଙ୍କେତରୁ ଜଣାପଡିଛି କି, ଦେଶରେ ଆର୍ଥିକ ଗତିବିଧିର ସ୍ଥିତି ସୁଧିରିଛି ବୋଲି ଗୋଏଲ ଦୃଢୋକ୍ତି ଦେଇଛନ୍ତି । ସେ କହିଛନ୍ତି କି, ‘‘ ଆମର ରପ୍ତାନୀ ଗତ ବର୍ଷ ଜୁଲାଇ ସ୍ତରରେ ପହଞ୍ଚିଛି । 2019 ଜୁଲାଇ ମାସରେ ପାଖାପାଖୀ 90 ପ୍ରତିଶତ ରପ୍ତାନୀ ହୋଇଥିବା ରିପୋର୍ଟ ରହିଛି । ବାସ୍ତବରେ ଯଦି ଆମେ ଏଥିରୁ ତୈଳ ସମ୍ବନ୍ଧୀୟ ରପ୍ତାନୀ ହଟାଇଦେଉ, ଯାହାର ମୂଲ୍ୟ ହିସାବରେ ଭାଗ କମ ରହିଛି , ତେବେ ଜୁଲାଇରେ ଆମର ରପ୍ତାନୀ ଗତ ବର୍ଷ ସମାନ ମାସର 95 ପ୍ରତିଶତରୁ ଅଧିକ ରହିଛି । ’’