ନୂଆଦିଲ୍ଲୀ: ଦେବାଳିଆ ସ୍ଥିତିରେ ଘରୋଇ ବିମାନ କମ୍ପାନୀ ଜେଟ ଏୟାରୱେଜ । ଏପଟେପାଇଲଟଙ୍କୁ ମଧ୍ୟ ଦେଇପାରୁନାହିଁ ଦରମା । ବିମାନ ବନ୍ଦରରେ ବିମାନ ଠିଆ କରିବାକୁମଧ୍ୟ ଅକ୍ଷମ କମ୍ପାନୀ । ମୁଣ୍ଡ ଉପରେ କୋଟି କୋଟି ଟଙ୍କାର ଋଣ ଭାର । ଏଥିଲାଗି ତ କମ୍ପାନୀର 119 ବିମାନ ମଧ୍ୟରୁ ଏବେ ମାତ୍ର ଉଡୁଛି 20 ଟି ବିମାନ ।
ଏହି ବିମାନ କମ୍ପାନୀ ତାର ପରିଚାଳନା ପାଇଁ ଠିକ ସମୟରେ ଟଙ୍କା ଦେଇପାରୁନାହିଁ । ଏପଟେ କମ୍ପାନୀକୁ ଦେବାଳିଆ ଘୋଷଣାକରିବାକୁ ବ୍ୟାଙ୍କ କରୁଛି ଯୋଜନା। ଯେଉଁଥିପାଇଁ କମ୍ପାନୀକୁବିମାନ ପରିଚାଳନା କରିବା ଉପରେ ରୋକ ଲଗାଇ ଦିଆଯାଇଛି ।
ପ୍ରକାଶ ଥାଉ ଯେ, ବିଭିନ୍ନ କାରଣରୁ ବକେୟା ଟଙ୍କା ପୈଠ କରିପାରୁନଥବାରୁ ଗତ ମାସ ଶେଷ ସୁଦ୍ଧା 54 ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା । ଆଉ ଏବେ ପୁଣି ଆଜି 15ଟି ବିମାନ ଉଡାଣକୁ ବାତିଲ କରିଦିଆଯାଇଛି । ଯାହା ଫଳରେ କମ୍ପାନୀକୁ ମାତ୍ର 20 ଟି ବିମାନ ଉଡାଇବାକୁ ପଡୁଛି ।