ନୂଆଦିଲ୍ଲୀ: ସମସ୍ୟାର ପାହାଡ ତଳେ ଦବିଚାଲିଛି ଜେଟ ଏୟାରୱେଜ । ଆଖିପାଉନି ଋଣ ପରିମାଣ । ଏଣୁ ଏପ୍ରିଲ 12ରୁ ଏପ୍ରିଲ 15 ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଉଡାଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ । ଏପଟେ ଆର୍ଥିକ ସଙ୍କଟରୁ ଜେଟକୁ ବାହାର କରିବାରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ(ପିଏମଓ) ଜରୁରୀକାଳୀନ ବୈଠକ ଡାକିଥିଲେ ।
ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ବିଭାଗୀୟ ସଚିବଙ୍କୁ ଏ ସମ୍ବନ୍ଧରେ ସମୀକ୍ଷା କରିବାରକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏବେ ଜେଟ ଏୟାରୱେଜର କେବଳ 6 ରୁ 7ଟି ଏୟାରକ୍ରାଫ୍ଟ ଉଡାଣ ଭରୁଛି ।