ଓଡିଶା

odisha

ETV Bharat / business

ଡେଣା ମେଲାଉଛି Jet Airways, ଜାଣନ୍ତୁ କମ୍ପାନୀର ଦେବାଳିଆ ଘଟଣାକ୍ରମ - ଜେଟ ଏୟାରୱେଜ

NCLT ମଞ୍ଜୁରୀ କରିଛି ଜେଟ ଏୟାରୱେଜର ରିଭାଇବଲ ପ୍ଲାନ । ତେବେ ଜାଣନ୍ତୁ ଆର୍ଥିକ ସଙ୍କଟରେ ଜୁଝୁଥିବା ଏହି ବିମାନ କମ୍ପାନୀର ଦେବାଳିଆ ସମାଧାନ ପ୍ରକ୍ରିୟାର ସଂକ୍ଷିପ୍ତ ଘଟଣାକ୍ରମ ...

ଡେଣା ମେଲାଉଛି Jet Airways , ଜାଣନ୍ତୁ  କମ୍ପାନୀର ଦେବାଳିଆ ଘଟଣାକ୍ରମ
ଡେଣା ମେଲାଉଛି Jet Airways , ଜାଣନ୍ତୁ କମ୍ପାନୀର ଦେବାଳିଆ ଘଟଣାକ୍ରମ

By

Published : Jun 22, 2021, 10:15 PM IST

ମୁମ୍ବାଇ: ଋଣରେ ବୁଡିରହିଥିବା ଏୟାରଲାଇନ କମ୍ପାନୀ ଜେଟ ଏୟାରୱେଜ ଏବେ ଦେବାଳିଆ ପ୍ରକ୍ରିୟାରେ ଗତି କରୁଛି । ତେବେ ଜାଣନ୍ତୁ, ଜେଟ ଏୟାରୱେଜର ଦେବାଳିଆ ସମାଧାନ ପ୍ରକ୍ରିୟାର ସଂକ୍ଷିପ୍ତ ଘଟଣାକ୍ରମ ...

  • 17 ଏପ୍ରିଲ 2019 - ନଗଦ ସଙ୍କଟରେ ଜୁଝୁଥିବା ଜେଟ ଏୟାରୱେଜ ପରିଚାଳନା ବନ୍ଦ କରିଛି ।
  • 20 ଜୁନ 2019- ଏସବିଆଇ ନେତୃତ୍ବଧୀନ ଋଣଦାତାଙ୍କ ସଂଘ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (ଏନସିଏଲଟି) ରେ ଦେବାଳିଆ ଯାଚିକା ଦାଖଲ କରିଥିଲେ ।
  • 13 ମାର୍ଚ୍ଚ 2020- ଜେଟ ଏୟାରୱେଜ କୌଣସି ବି ବିଡରଙ୍କୁ ଆକର୍ଷିତ କରିବା ପାଇଁ ବିଫଳ ରହିଛି , ତଥା ଏନସିଏଲଟି ଠାରୁ ସମାଧାନ ପ୍ରକ୍ରିୟା ପାଇଁ କିଛି ଆହୁରୀ ସମୟ ମାଗିଛି ।
  • 18 ମାର୍ଚ୍ଚ 2020 - ଏନସିଏଲଟି ସମାଧାନ ପ୍ରକ୍ରିୟା ପାଇଁ ଅତିରିକ୍ତ ସମୟର ମଞ୍ଜୁରୀ ଦେଇଛି ।
  • 14 ଜୁନ 2020 - ଏନସିଏଲଟି ଜେଟ ଏୟାରୱେଜ ଉପରେ ବକେୟା ଦାବିର ସମାଧାନ , ବିଦେଶୀ ଋଣ ପରିଶୋଧ ପାଇଁ ମୁମ୍ବାଇରେ ଥିବା ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (Bandra Kurla Complex) ରେ ଏହାର ପରିସରକୁ ବିକ୍ରି ପାଇଁ ଅନୁମତି ଦେଇଛି ।
  • 17 ଅକ୍ଟୋବର 2020 - ଋଣଦାତା କମିଟିର ସମ୍ବିଧାନ (COC) ଜାଲାନ୍ କଲୋରକ୍ ଏଲାଇନ୍ସର ସମାଧାନ ଯୋଜନା (ରିଜ୍ୟୁଲେସନ ପ୍ଲାନ)କୁ ମଞ୍ଜୁରୀ ଦେଇଛି ।
  • 25 ଫେବୃଆରୀ 2021 - ଏନସିଏଲଟି ବିମାନ ନିୟାମକ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କୁ ସ୍ଲଟ ପାଇ ଏୟାରଲାଇନର ଅନୁରୋଧ ପାଇଁ ଜବାବ ଦେବା ପାଇଁ ଆହୁରୀ ସମୟ ଦେଇଛି ।
  • 9 ମାର୍ଚ୍ଚ 2021 - ଡିଜିସିଏ ଓ ବିମାନ ମନ୍ତ୍ରାଳୟ ଏନସିଏଲଟିକୁ ପ୍ରଦାନ କରିଥିବା ଦସ୍ତବିଜରେ ସ୍ଲଟରେ କୌଣସି ଆଶ୍ବସନା ଦେବାକୁ ମନା କରିଦେଇଛି ।
  • 3 ଜୁନ 2021 - ମନ୍ତ୍ରାଳୟ ଏନସିଏଲଟିକୁ କହିଛି କି ଜେଟ ଏୟାରୱେଟକୁ ଐତିହିସିକ ପସନ୍ଦ ଆଧାରରେ ସ୍ଲଟ ଦିଆଯାଇପାରିବ ନାହିଁ ।
  • 22 ଜୁନ 2021 - ଏନସିଏଲଟି ଜାଲାନ କଲୋରକ ଏଲାଇନ୍ସର ସମାଧାନ ଯୋଜନାକୁ ମଞ୍ଜୁରୀ ଦେଇଛି । ଖବର ଅନୁସାରେ ସ୍ଲଟ ମନ୍ତ୍ରାଳୟ ବା ଉପୁଯୁକ୍ତ ପ୍ରାଧିକରଣ ଦ୍ବାରା ନିର୍ଦ୍ଧାରିତ ହେବ ।

ତେବେ ଏହି ନିଷ୍ପତ୍ତି ପରେ ଜେଟ ଏୟାରୱେଜ ପୁଣି ଅଣ୍ଟା ସଳଖିବ ବୋଲି ଆଶା ରହିଛି । ଏଥିସହ ଏଥିରୁ ଛଟେଇ କର୍ମଚାରୀଙ୍କୁ ରୋଜଗାର ମିଳିପାରିବ । ପ୍ରକାଶ ଯେ, ଜେଟ ଏୟାରୱେଜ ଦୁଇ ବର୍ଷ ଧରି ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ବା ଦେବାଳିଆ ଆଇନ ଅଧିନରେ ସମାଧାନ ପ୍ରକ୍ରିୟାରେ ଗତି କରୁଛି । ଜେଟ ଏୟାରୱେଜ 2019 ଏପ୍ରିଲ 17 ପରଠୁ ଉଡାଣ ଭରୁନି । କାରଣ ଋଣଦାତା ଜରୁରୀକାଳୀନ ଫଣ୍ଡିଂ ଚାହିଦାକୁ ପ୍ରତ୍ୟାଖ୍ୟାନ କରିଦେଇଛି ।

ABOUT THE AUTHOR

...view details