ଓଡିଶା

odisha

ETV Bharat / business

ବକେୟା ଦରମା ପାଇଁ ଧାରଣାରେ ଜେଟ କର୍ମଚାରୀ

କମ୍ପାନୀ ବଞ୍ଚାଇବାକୁ ଜେଟ କର୍ମଚାରୀଙ୍କ ଶାନ୍ତିପୂ୍ର୍ଣ୍ଣ ବିକ୍ଷୋଭ । ମୁମ୍ବାଇର ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଦେଇଛନ୍ତି ଧାରଣା ।

By

Published : May 1, 2019, 4:15 PM IST

ଫଟୋ ସୌଜନ୍ୟ-ଏଏନଆଇ

ମୁମ୍ବାଇ: କମ୍ପାନୀ ବଞ୍ଚାଇବାକୁ ଜେଟ କର୍ମଚାରୀଙ୍କ ଶାନ୍ତିପୂ୍ର୍ଣ୍ଣ ବିକ୍ଷୋଭ । ମୁମ୍ବାଇର ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଦେଇଛନ୍ତି ଧାରଣା । ପୂର୍ବରୁ ମଧ୍ୟ କର୍ମଚାରୀମାନେ ଜନ୍ତର ମନ୍ତରରେ ନୀରବତାର ସହ ଆନ୍ଦୋଳନ କରିଥିଲେ ।

ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିବା ଜେଟ ଏୟାରୱେଜରେ ପଡିଛି ତାଲା । ପୁଣି ଥରେ କମ୍ପାନୀକୁ ସଳଖିବା ପାଇଁ କର୍ମଚାରୀ କରୁଛନ୍ତି ଆପ୍ରାଣ ଚେଷ୍ଟା । 2- 2 ଥର ସରକାରଙ୍କୁ ଦେଇଛନ୍ତି ଚିଠି । ତୁହାକୁ ତୁହା ବସଛି ବୈଠକ । ନିଲାମି ଡାକରା ମଧ୍ୟ ହୋଇଛି । ଏସବୁ ପରେ ବି ସମାଧାନ ହେଉନି ଜେଟ ଏୟାରୱେଜ ସ୍ଥିତି । ଏପରିକି ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ମଧ୍ୟ ସରିଛି ଅପିଲ । ନିଜ ବଳରେ ନିବେଶକଙ୍କଠାରୁ କର୍ମଚାରୀ ସଂଘ 3 ହଜାର କୋଟି ଟଙ୍କା ଯୋଗାଡ କରିସାରିଲେଣି । ବାକି ପାଇଁ ନିଲାମୀ କରିବାକୁ ଏସବିଆଇ ଅଧ୍ୟକ୍ଷ ରଜନୀସ କୁମାରଙ୍କୁ ଚିଠି ଲେଖି ଲୋଡିଛନ୍ତି ଅନୁମତି ।

ଏତେ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ୍ୟ । ଏପଟେ ବକେୟା ଦରମା ନ ପାଇଁ କର୍ମଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖାନ ହେଉଛନ୍ତି । ଏଥିଲାଗି ଦିନେ ଯେଉଁମାନେ ଆକାଶରେ ଉଡୁଥିଲେ ଆଜି ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବାକି ଦରମା ଦେବାକୁ ଗୁହାରୀ କଲେଣି କର୍ମଚାରୀ ।

For All Latest Updates

ABOUT THE AUTHOR

...view details