ଭୁବନେଶ୍ବର: ଅର୍ଥନୀତି ପୁନରୁଦ୍ଧାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଭିତ୍ତିଭୂମି । ସଡକ ସଂଯୋଗ , ରେଳ ଓ ପରିବନ ଅଭିବୃଦ୍ଧି ଗତିକୁ ତୀବ୍ର କରିବାରେ ସହଯୋଗ କରାଏ । ସୋମବାର ଆଗତ ହୋଇଥିବା ଓଡିଶା ବଜେଟରେ ସଡକ , ରେଳ ଓ ପରିବହନ ପାଇଁ ବିଭିନ୍ନ ଯୋଜନା ସହ ହୋଇଛି ସ୍ବତନ୍ତ ଆବଣ୍ଟନ ।
ଓଡିଶା ବଜେଟ: ଫୋକସରେ ଭିତ୍ତିଭୂମି, ସଡକ ଓ ପରିବହନକୁ ଅଧିକ ବରାଦ - odisha Budget 2021
ଅଭିବୃଦ୍ଧିକୁ ତ୍ବରାନ୍ବିତ କରେ ଭିତ୍ତିଭୂମିର ବିକାଶ । ଏଥିପାଇଁ ସଡକ ସଂଯୋଗ , ପରିବହନ , ରେଳ ଆଦି ଦିଗକୁ ବଜେଟରେ ହୋଇଛି ଆବଣ୍ଟନ । ଅଧିକ ପଢନ୍ତୁ..
ଓଡିଶା ବଜେଟ : ଫୋକସରେ ଭିତ୍ତିଭୂମି, ସଡକ ଓ ପରିବହନକୁ ଅଧିକ ବରାଦ
ଭିତ୍ତିଭୂମି-
- 30 ଟି ସେତୁ, 2ଟି ରେଳ ଓଭର ବ୍ରିଜ ଓ ହଜାରେ କିମି ରାସ୍ତା ତିଆରି ପାଇଁ ସଡକ ବିକାଶ ଯୋଜନା ଅଧିନରେ 2 ହଜାର 2 ଶହ 96 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
- ବିଜୁ ସେତୁ ଯୋଜନାରେ 9 ଶହ 12 କୋଟି
- “PMGSY ଅଧିନରେ 4 ହଜାର କିମି ଗ୍ରାମୀଣ ରାସ୍ତା ନିର୍ମାଣ ପାଇଁ 2 ହଜାର କୋଟି ଟଙ୍କା ବରାଦ ହୋଇଛି ।
- Air-Stripର ନବୀକରଣ ପାଇଁ 1 ଶହ କୋଟି ଟଙ୍କା ବ୍ୟୟ ବରାଦ
- ରେଳ ଭିତ୍ତିଭୂମିର ବିକାଶ ପାଇଁ 3 ଶହ 96 କୋଟି ଟଙ୍କା ଆବଣ୍ଟିତ ।
- ରାଜ୍ୟ ସରକାର ଚଳିତ ବର୍ଷ JointVenture Company ଯଥା Odisha Rail InfrastructureDevelopment Limited, ହରଦାସପୁର –ପାରାଦ୍ଵୀପ RailwayCompany Ltd. ଏବଂ ଅନୁଗୁଳ-ସୁକିନ୍ଦା Railway Ltd. ପାଇଁ 50କୋଟି ଟଙ୍କା ଘୋଷଣା ହୋଇଛି ।
- ନୂଆ ବସ ପାଇଁ ଓଡିଶା ରାଜ୍ୟ ସଡକ ପରିବହନ ନିଗମରେ ଅଂଶଧନ ନିବେଶ ପାଇଁ 34 କୋଟି
- ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଆଧୁନିକରଣ ପାଇଁ 20 କୋଟି
- ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ 300 କୋଟି
- ସଡ଼କ ସୁରକ୍ଷା ପାଇଁ ୨୦ କୋଟି ଟଙ୍କା ।
- ସାଗରମାଳା ଯୋଜନା ପାଇଁ ୩୪ କୋଟି ଟଙ୍କା ଘୋଷଣା । ଏହା ଅଧିନରେ ବାଲୁଗାଁରୁ କୃଷ୍ଣ ପ୍ରସାଦ ଏବଂ ଭଦ୍ରକର କନିନାଳୀଠାରୁ କେନ୍ଦ୍ରାପଡା ତାଳଚୁଆ ଯାଏଁ ସଂଯୋଗ ହେବ ।
- ଫ୍ରି ଟ୍ରମା କେୟାର ପାଇଁ ୪୦ କୋଟି ଟଙ୍କା ।
- ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୧୩୫ କୋଟି ।
- କଟକ ବସ ଟର୍ମିନାଲ ପାଇଁ 100 କୋଟି
- ବରମୁଣ୍ଡା ବସ୍ଷ୍ଟାଣ୍ଡ ପାଇଁ 100 କୋଟି ଟଙ୍କା
- ସ୍ୱଚ୍ଛ ଭାରତ ମିଶନ ଅଧିନରେ ଗ୍ରାମାଞ୍ଚଳକୁ ୨ ଶହ କୋଟି
- ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳକୁ ୨ ଶହ ୧୫କୋଟି ଟଙ୍କା
- ଅର୍ବାନ ସ୍ୱରେଜ ପ୍ରକଳ୍ପ ପାଇଁ ୧ ଶହ ୬୦ କୋଟି ଟଙ୍କା ବ୍ୟୟବରାଦ
- ଅର୍ବାନ ସାନିଟେସନ ପ୍ରକଳ୍ପ ପାଇଁ ୧ ଶହ ୯୦ କୋଟି
- ସହର ଗୁଡିକୁ ନିର୍ମଳ ରଖିବାକୁ ୩ ଶହ ୯୫ କୋଟି ଟଙ୍କା ।