ନୂଆଦିଲ୍ଲୀ: ଦେଶକୁ ବୁଡେଇବା ମୁଡରେ ବିତ୍ତଶାଳୀ ଉଦ୍ୟୋଗପତି । ଏହି କୋଟିପତିମାନେ ନିଜ ଗାରିମା ଦେଖାଇ ବ୍ୟାଙ୍କରୁ ଋଣ ନେଉଛନ୍ତି । ପୁଣି ପରେ ଟଙ୍କା ପରିଶୋଧ କରିନପାରି ଦେଶ ଛାଡୁଛନ୍ତି । ଆଉ ଏସବୁ ଭିତରେ ଦେବାଳିଆ ହେଉଛନ୍ତି ଦେଶର ବଡ ବଡ ବ୍ୟାଙ୍କ । ତେବେ ଆଗକୁ ଏପରି ଯେମିତି ନ ହେବ ସେଥିପାଇଁ ଶିଳ୍ପପତିଙ୍କୁ ଚେତାଇଦେଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।
'ଦେଶର ଉଦ୍ୟୋଗପତି , ଋଣ ଆଣି ପରିଶୋଧ ନ କରିବା ଗୁଣ ଛାଡିଦେବା ଦରକାର । କାରଣ ଏବେ 'ନ୍ୟୁ ନର୍ମାଲ'କାର୍ଯ୍ୟକାରୀ ହେବ । ଏହା ଦ୍ବାରା ସମସ୍ତଙ୍କୁ ସାଧାରଣ ଜନତା ପରିସର ମଧ୍ୟରେ ରହିବେ । ଅର୍ଥାତ ଆଗରୁ ଯେଉଁମାନେ ନର୍ମାଲ ଭାବେ ରହି ବ୍ୟାଙ୍କରୁ ଋଣ ନେଇ ପରିଶୋଧ ବେଳେ ପଛଘୁଞ୍ଚା ଦେଉଥିଲେ । ସେମାନଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ସମସ୍ତ ବ୍ୟକ୍ତିଙ୍କୁ ନ୍ୟୁନର୍ମାଲ ମଧ୍ୟରେ ରଖିବା ଆବଶ୍ୟକ ରହିଛି' ବୋଲି ଜେଟଲୀ କହିଛନ୍ତି ।