ଓଡିଶା

odisha

କାମଧନ୍ଦା ଠପ, ଏପ୍ରିଲରେ ବଢିବ ବେକାରୀ ହାର

By

Published : May 2, 2021, 8:03 AM IST

ଗୋଟିଏ ପଟେ ଭାଇରସ ଲହର ଓ ଅନ୍ୟପଟେ ଅର୍ଥବ୍ୟବସ୍ଥାର କହର । କୋରୋନା ପ୍ରଭାବରେ ବଢିଛି ବେକାରୀ ହାର । ଏପଟେ ଆୟ ତୁଳନାରେ ବ୍ୟୟ ବଢୁଥିବାରୁ ଦୁର୍ବଳ ହେଉଛି ଦେଶର ମେରୁଦଣ୍ଡ । ଅଧିକ ପଢନ୍ତୁ..

କାମଧନ୍ଦା ଠପ, ଏପ୍ରିଲରେ ବଢିବ ବେକାରୀ ହାର
କାମଧନ୍ଦା ଠପ, ଏପ୍ରିଲରେ ବଢିବ ବେକାରୀ ହାର

ନୂଆଦିଲ୍ଲୀ: ଭୟଙ୍କର ରୂପ ନେଉଛି ଦେଶରେ ମହାମାରୀ । କୋରୋନା ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ବିଭିନ୍ନ ରାଜ୍ୟ କଟକଣା ଲାଗୁ କରିଛି । ଫଳରେ ଯାତାୟତ ଠାରୁ ଉତ୍ପାଦନ ଠପ ରହିଛି । ପ୍ଲାଣ୍ଟରେ ତାଲା ଝୁଲୁଥିବା ବେଳେ ଦୋକାନ ବଜାର ବନ୍ଦ ଅଛି । ଯେଉଁଥିପାଇଁ ବେକାରୀ ହାର ବଢିବା ନେଇ ପୂର୍ବାନୁମାନ କରିଛି ସେଣ୍ଟର ଫର ମନିଟରିଙ୍ଗ ଇଣ୍ଡିଆନ ଇକୋନୋମି (ସିଏମଆଇଇ)

2021 ମାର୍ଚ୍ଚରେ ଦେଶର ବେକାରୀ ହାର 6.5 ପ୍ରତିଶତ ପ୍ରତିଶତ ଥିଲା । ଯାହାକି ଏପ୍ରିଲ ମାସରେ 8 ପ୍ରତିଶତରୁ ଅଧିକ ରହିପାରେ ବୋଲି ଅନୁମାନ କରାଯାଇଛି । CMIEର ସିଇଓ ମହେଶ ଭ୍ୟାସ କହିଛନ୍ତି ଯେ, ଦ୍ରୁତ ଫ୍ରିକ୍ୱେନ୍ସି ଶ୍ରମ ପରିସଂଖ୍ୟାନ ସୂଚାଉଛି ଯେ 2021 ଏପ୍ରିଲ ଶ୍ରମ ବଜାରର ଅବସ୍ଥା ବିଗିଡି ଯାଉଛି । ଏପ୍ରିଲର ପ୍ରଥମ ଦୁଇ ସପ୍ତାହରେ ବେକାରୀ ହାର ପ୍ରବଳ ମାତ୍ରାରେ ବୃଦ୍ଧି ହୋଇଛି । ପ୍ରଥମ ସପ୍ତାହରେ ଏହା 8.2 ପ୍ରତିଶତ ଥିଲା ବେଳେ ଦ୍ବିତୀୟ ସପ୍ତାହରେ 8.6 ପ୍ରତିଶକୁ ବଢିଛି । ସେହିଭଳି ତୃତୀୟ ସପ୍ତାହରେ ବେକାରୀ ହାର 8.4 ପ୍ରତିଶତ ଅଛି , ଏହା ଚତୁର୍ଥ ତଥା ଶେଷ ସପ୍ତାହରେ 7 ରୁ 8 ପ୍ରତିଶତ ନେଇ ଅନୁମାନ କରିଛି ସିଏମଆଇଇ ।

ଏପ୍ରିଲ ମାସରେ ଲେବର ପାର୍ଟିସପେସନ ରେଟ (LPR) ହ୍ରାସ ହୋଇଛି । ପ୍ରବାସୀ ଶ୍ରମିକଙ୍କ ଘରବାହୁଡା , ଆର୍ଥିକ ଗତିବିଧିରେ ବ୍ୟତିକ୍ରମ ଯୋଗୁଁ ଏଲପିଆର କମିଛି । ଏସବିଆଇ ଇକୋରେପ ରିପୋର୍ଟ ମଧ୍ୟ ଦର୍ଶାଇଛି କି କୋରୋନା ସଙ୍କଟ ଯୋଗୁଁ ଦେଶର ଅର୍ଥନୀତି ପ୍ରଭାବିତ ସହ ନିଯୁକ୍ତି ହାର ହ୍ରାସ ହୋଇଛି । ତେବେ ଟିକାକରଣ ଅଧିକ ହେଲେ ବେକାରୀ କମିବା ସହ ରୋଜଗାର ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।

ABOUT THE AUTHOR

...view details