ମୁମ୍ବାଇ: ଭାରତରେ ଏପ୍ରିଲ-ଜୁନ ତ୍ରୟମାସରେ ସୁନା ଚାହିଦା 70 ପ୍ରତିଶତ ହ୍ରାସ ହୋଇ 63.7 ଟନରେ ପହଞ୍ଚିଛି । ବିଶ୍ବ ସ୍ବର୍ଣ୍ଣ ପରିଷଦ (ଓ୍ଵାର୍ଲ୍ଡ ଗୋଲ୍ଡ କାଉନସିଲ) ଏକ ରିପୋର୍ଟରେ ଏହି ସୂଚନା ଦେଇଛି।
ଏପ୍ରିଲ-ଜୁନରେ ସୁନା ଚାହିଦା 70 ପ୍ରତିଶତ ହ୍ରାସ :WGC
ସୁନା କାରବାରର ଲକଡାଉନ ମାଡ । ପାର୍ବଣ , ବିବାହ ସିଜନ ରହିଥିଲେ ମଧ୍ୟ କୋରୋନା ଯୋଗୁଁ ସବୁ ଫସର ଫାଟିଛି । ଦେଶରେ ପ୍ରାୟ 70 ପ୍ରତିଶତ ହ୍ରାସ ପାଇଛି ସୁନା ଚାହିଦା । ଅଧିକ ପଢନ୍ତୁ..
ରିପୋର୍ଟରେ କୁହାଯାଇଛି କି, କୋଭିଡ-19 ପ୍ରତିହିତ ପାଇଁ ଦେଶରେ ଲାଗୁ ଲକଡାଉନ କାରଣରୁ ସୁନା ଚାହିଦା କମିଛି । ଏହା ପୂର୍ବର ବର୍ଷ ଅର୍ଥାତ 2019 ର ଦ୍ବିତୀୟ ତ୍ରୟମାସରେ ଭାରତରେ ସୁନା ଚାହିଦା 213.2 ଟନ ରହିଥିଲା। ଡବ୍ଲୁଜିସିର ଦ୍ବିତୀୟ ତ୍ରୟମାସିକ ସୁନା ଚାହିଦା ସ୍ଥିତି ରିପୋର୍ଟରେ ଦର୍ଶାଯାଇଛି କି , ଏହି ଅବଧିରେ ଭାରତରେ ସୁନା ଚାହିଦା 57 ପ୍ରତିଶତ ହ୍ରାସ ହୋଇ 26,600 କୋଟି ଟଙ୍କାରେ ପହଞ୍ଚିଛି । ଯାହାକି ଏହା ପୂର୍ବ ବର୍ଷ ସମାନ ତ୍ରୟମାସରେ 62,420 କୋଟି ଟଙ୍କା ଥିଲା ।
ଡବ୍ଲୁଜିସିର ପରିଚାଳନା ନିର୍ଦ୍ଦେଶକ , ଭାରତ ସୋମସୁନ୍ଦରମ ପିଆର କହିଛନ୍ତି କି, ‘‘ ଦ୍ବିତୀୟ ତ୍ରୟମାସରେ ସୁନା ଦାମ ଉପରମୁହାଁ ଥିଲା ବେଳେ ଏହି ଅବଧିରେ ଦେଶରେ ମହାମାରୀ ଯୋଗୁଁ ଲକଡାଉନ ରହିଥିଲା । ଫଳରେ ସୁନା ଚାହିଦା 70 ପ୍ରତିଶତ କମି 63.7 ଟନ ରହିଛି । ମୋଟ ଦେଖିବାକୁ ଗଲେ ପ୍ରଥମ 6 ମାସରେ ଦେଶରେ ସୁନା ଚାହିଦା 56 ପ୍ରତିଶତ କମି 165.6 ଟନ ରହିଛି । ତେବେ ଏହି ଅବଧିରେ ଗୋଲ୍ଡ ଇଟିଏଫ କ୍ରୟରେ ସାମାନ୍ୟ ବୃଦ୍ଧି ହୋଇଛି ।