ମୁମ୍ବାଇ: ଦେଶର ସୁନା ଚାହିଦା ଗତ ବର୍ଷ ଅର୍ଥାତ 2020ରେ 35 ପ୍ରତିଶତରୁ ଅଧିକ ହ୍ରାସ ହୋଇ 446.4 ଟନ ରହିଛି । ବିଶ୍ବ ସ୍ବର୍ଣ୍ଣ ପରିଷଦ ( WGC) ର ଏକ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି । WGCର 2020ର ସୁନା ଚାହିଦା ଦୃଷ୍ଟିକୋଣ ଉପରେ ଜାରି ରିପୋର୍ଟରେ କୁହାଯାଇଛି କି କୋରୋନା ଯୋଗୁଁ ଲାଗୁ ଲକଡାଉନ ଓ ବହୁମୂଲ୍ୟ ଧାତୁର ଦାମ ଏହାର ସର୍ବକାଳୀନ ସ୍ତରରେ ପହଞ୍ଚିବା ମଧ୍ୟରେ ସୁନା ଚାହିଦାରେ ହ୍ରାସ ଆସିଛି ।
ଏଥିସହ ରିପୋର୍ଟରେ କୁହାଯାଇଛି କି ଏବେ ସ୍ଥିତି ସ୍ବାଭାବିକ ହେଉଛି । ଆଉ ଏଥିସହ ଶୀଘ୍ର ସୁଧାର ଦ୍ବାରା ଉଦ୍ୟୋଗ ମଜବୁତ ହୋଇଛି । ଏଭଳି ସ୍ଥିତିରେ ଏହି ବର୍ଷ 2021 ରେ ସୁନାର ଚାହିଦାରେ ସୁଧାର ଆଶା ରହିଛି ।
ରିପୋର୍ଟରେ ଦର୍ଶାଯାଇଛି କି 2020 ରେ ଭାରତର ସୁନା ଚାହିଦା 35.34 ପ୍ରତିଶତ ହ୍ରାସ ହୋଇ 446.4 ରହିଛି । ଯାହା 2019 ରେ 690.4 ଟନ ଥିଲା । WGCର ତଥ୍ୟ ଅନୁସାରେ ଗତ ବର୍ଷ ମୂଲ୍ୟ ହିସାବରେ ସୁନା ଚାହିଦାରେ 14 ପ୍ରତିଶତ ହ୍ରାସ ଆସିଛି । ଆଉ ଏହା ହ୍ରାସ ହୋଇ 1,88,280 କୋଟି ଟଙ୍କା ରହିଛି ।