ଓଡିଶା

odisha

By

Published : Mar 5, 2021, 8:41 PM IST

ETV Bharat / business

ଶୁଭ ସଙ୍କେତ, 68 କୋଟି ଡଲାର ବଢିଛି ବିଦେଶୀ ମୁଦ୍ରା ଭଣ୍ଡାର

ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ଫେବୃଆରୀ 26 ରେ ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ସମ୍ପତ୍ତି (ଏଫସିଏ) ବଢିବା ଯୋଗୁଁ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଦେଖିବାକୁ ମିଳିଛି । ମୋଟ ବିଦେଶୀ ମୁଦ୍ରା ଭଣ୍ଡାରର ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥାଏ ବିଦେଶୀ ମୁଦ୍ରା ସମ୍ପତ୍ତି । ଅଧିକ ପଢନ୍ତୁ..

ଶୁଭ ସଙ୍କେତ,  68 କୋଟି ଡଲାର ବଢିଛି ଏଫଡିଆଇ
ଶୁଭ ସଙ୍କେତ, 68 କୋଟି ଡଲାର ବଢିଛି ଏଫଡିଆଇ

ନୂଆଦିଲ୍ଲୀ: ଅର୍ଥନୀତି ପାଇଁ ଭଲ ସଙ୍କେତ । ବଢିଛି ଦେଶର ବିଦେଶୀ ମୁଦ୍ରା ଭଣ୍ଡାର । ଫେବୃଆରୀ 26 ରେ ସମାପ୍ତ ସପ୍ତାହରେ ମୁଦ୍ରା ଭଣ୍ଡାର 68.9 କୋଟି ଡଲାର ବଢି 584.554 ଅରବ ଡଲାର ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଏ ନେଇ ସୂଚନା ଦେଇଛି ।

ଏହା ପୂର୍ବ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର 16.9 କୋଟି ଡଲାର କମି 583.865 ଅରବ ଡଲାର ରହିଥିଲା । ତେବେ ଏହା ପୂର୍ବରୁ ମୁଦ୍ରା ଭଣ୍ଡାରରେ ଗତ କିଛି ସପ୍ତାହରେ ନିରନ୍ତର ବୃଦ୍ଧି ଜାରି ରହିଛି । ବିଦେଶୀ ମୁଦ୍ରା ଭଣ୍ଡାର 2021 ଜାନୁଆରୀ 29 କୁ ସମାପ୍ତ ସପ୍ତାହରେ 590.185 ଅରବ ଡଲାରର ରେକର୍ଡ ସର୍ବୋଚ୍ଚରେ ପହଞ୍ଚିଥିଲା ।

ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ଫେବୃଆରୀ 26 ରେ ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ସମ୍ପତ୍ତି (ଏଫସିଏ) ବଢିବା ଯୋଗୁଁ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଦେଖିବାକୁ ମିଳିଛି । ମୋଟ ବିଦେଶୀ ମୁଦ୍ରା ଭଣ୍ଡାରର ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥାଏ ବିଦେଶୀ ମୁଦ୍ରା ସମ୍ପତ୍ତି ।

ରିଜର୍ଭ ବ୍ୟାଙ୍କର ସାପ୍ତାହିକ ତଥ୍ୟ ଅନୁସାରେ ସମୀକ୍ଷାଧୀନ ଅବଧିରେ ଏଫସିଏ 50.0 କୋଟି ଡଲାର ବଢି 542.615 ଅରବ ଡଲାର ହୋଇଛି । ଏଫସିଏକୁ ଡଲାରରେ ଦର୍ଶାଯାଇଥାଏ । କିନ୍ତୁ ଏଥିରେ ୟୁରୋ , ପାଉଣ୍ଡ ଓ ୟେନୋ ଭଳି ଅନ୍ୟ ବିଦେଶୀ ମୁଦ୍ରା ସମ୍ପତ୍ତି ବି ସାମିଲ ହୋଇଥାଏ ।

ତଥ୍ୟ ଅନୁସାରେ ଦେଶର ସ୍ବର୍ଣ୍ଣ ଭଣ୍ଡାରର ମୂଲ୍ୟ 17.2 କୋଟି ଡଲାର ବଢି 35.421 ଅରବ ଡଲାର ହୋଇଯାଇଛି ।

ABOUT THE AUTHOR

...view details