ଓଡିଶା

odisha

By

Published : Jun 17, 2021, 9:50 PM IST

ETV Bharat / business

2022ରେ ବଢିବ ଭାରତୀୟ ଔଷଧ କମ୍ପାନୀର ବିକ୍ରି

ଆର୍ଥିକ ବର୍ଷ 2022ରେ ଭାରତୀୟ ଔଷଧ କମ୍ପାନୀର ବିକ୍ରି ମଜବୁତ ବୃଦ୍ଧି ରେକର୍ଡ କରିବା ସମ୍ଭାବନା ରହିଛି । ଏ ନେଇ ଆକଳନ କରିଛି ଫିଚ ରେଟିଂସ । ଅଧିକ ପଢନ୍ତୁ..

2022ରେ  ବଢିବ  ଭାରତୀୟ ଔଷଧ କମ୍ପାନୀର ବିକ୍ରି
2022ରେ ବଢିବ ଭାରତୀୟ ଔଷଧ କମ୍ପାନୀର ବିକ୍ରି

ଚେନ୍ନାଇ: ଭାରତୀୟ ଔଷଧ କମ୍ପାନୀର ବିକ୍ରି ଆର୍ଥିକ ବର୍ଷ 2022ରେ ମଜବୁତ ବୃଦ୍ଧି ରେକର୍ଡ କରିବ । ଏ ନେଇ ଆଶା ପ୍ରକାଶ କରିଛି ଫିଚ ରେଟିଂସ । ଫାର୍ମା କମ୍ପାନୀର ବିକ୍ରି ଆର୍ଥିକ ବର୍ଷ 2022ରେ ବଢିବ । କାରଣ ଗତ ବର୍ଷ ମହାମାରୀ ପ୍ରଭାବରେ ଏବେ ବିକ୍ରି ସ୍ବାଭାବିକ ହୋଇଛି ବୋଲି କହିଛି କ୍ରେଡିଟ ରେଟିଂ ଏଜେନ୍ସି ।

ଫିଚ ରେଟିଂସ ଆହୁରୀ ମଧ୍ୟ କହିଛି କି , ‘‘ ଆର୍ଥିକ ବର୍ଷ 2021 ରେ ସର୍ବାଧିକ ଫାର୍ମା କମ୍ପାନୀର ପ୍ରଦର୍ଶନ ଉଠାଣୀ-ଗଡାଣୀ ମଧ୍ୟରେ ରହିଛି । ଏଥିପାଇଁ ମହାମାରୀ ପରିସ୍ଥିତିରେ କିଛି ସ୍ଥିରତା, ଭୌଗୋଳିକ ବିବିଧତା ଏବଂ କେବଳ ମହାମାରୀ ସହ ଜଡିତ ଔଷଧର ଅଧିକ ବିକ୍ରୟ କାରଣ ରହିଛି ।

ରେଟିଂ ଏଜେନ୍ସିକୁ ଆଶା ରହିଛି କି ଗମ୍ଭୀର ଚିକିତ୍ସା ସ୍ଥିତି ଓ ବୈକଳ୍ପିକ ପ୍ରକ୍ରିୟାର ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ବିକ୍ରି ଆର୍ଥିକ ବର୍ଷ 2022ରେ ଜାରି ରହିବ । ଆର୍ଥିକ ବର୍ଷ 2021 ରେ ଏହି ଶ୍ରେଣୀଗୁଡିକରେ ବିକ୍ରି ହ୍ରାସ ହୋଇଛି । କାରଣ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯିବା କାରଣରୁ ଡାକ୍ତର ଯାତ୍ରା କମ କରିଦେଇଛନ୍ତି । ଏବଂ ହସ୍ପିଟାଲରେ ମଧ୍ୟ କୋଭିଡ-19 ଉପଚାରକୁ ପ୍ରାଥମିକତା ଦେଉଛନ୍ତି ।

ଭାରତ ସମେତ ଅନ୍ୟ ଯେଉଁସବୁ ବଜାରରେ ଟିକା ବିତରଣ ଧୀମା ପଡୁଛି, ସେଠାରେ ସଂକ୍ରମଣ ବିପଦ ଅଧିକ ରହିଛି । ହେଲେ ଦ୍ବିତୀୟ ଲହର ପରେ ସ୍ବାସ୍ଥ୍ୟ ସେବା ପ୍ରଣାଳୀ ମଜବୁତ ହୋଇଛି । ଯାହା ଦ୍ବାରା ଏହାର ପ୍ରଭାବ କମ ହୋଇପାରେ ।

ABOUT THE AUTHOR

...view details