ଓଡିଶା

odisha

ETV Bharat / business

ତଳିତଳାନ୍ତ ସ୍ଥିତିରେ ପାକିସ୍ତାନ, ସବୁ ସେୟାର ବିକି ଟଙ୍କା ନେଇଗଲା ଭାରତ

ଗୋଟିଏ ପଟେ ମହଙ୍ଗା ମାଡ ମଧ୍ୟରେ ପାକିସ୍ତାନୀ ଡହଳବିକଳ ହେଉଥିବାବେଳେ ଅନ୍ୟପଟେ ତାର ସେୟାର ବିକ୍ରି କରି 1150 କୋଟି ହାତେଇଛି ଭାରତ । ଏନମୀ ଆକ୍ଟ ଅନୁଯାୟୀ ଭାରତ ସରକାର ପାକ ସମ୍ପତ୍ତିକୁ ନିଜ କବଜାକୁ ନେଇଯାଇଛନ୍ତି ।

By

Published : Apr 6, 2019, 9:26 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପାକିସ୍ତାନକୁ ଭାରତର ବଡ ଝଟକା । ବୋଝ ଉପରେ ନଳିତା ବିଡା ପରେ ପାକକୁ ତଳିତଳାନ୍ତ ଲକ୍ଷ୍ୟରେ ଭାରତ । ଗୋଟିଏ ପଟେ ମହଙ୍ଗା ମାଡ ମଧ୍ୟରେ ପାକିସ୍ତାନୀ ଡହଳବିକଳ ହେଉଥିବାବେଳେ ଅନ୍ୟପଟେ ତାର ସେୟାର ବିକ୍ରି କରି 1150 କୋଟି ହାତେଇଛି ଭାରତ । ଏନମୀ ଆକ୍ଟ ଅନୁଯାୟୀ ଭାରତ ସରକାର ପାକ ସମ୍ପତ୍ତିକୁ ନିଜ କବଜାକୁ ନେଇଯାଇଛନ୍ତି ।

ପାକ୍‌ ନାଗରିକଙ୍କର IT କମ୍ପାନୀ ବିପ୍ରୋରେ ପାଖାପାଖି 1150 କୋଟି ରହିଥିଲା । ଯାହାକୁ ଭାରତ ସରକାର LIC ଓ 2 ଅନ୍ୟ ସରକାରୀ ବୀମା କମ୍ପାନୀଙ୍କୁ ବିକ୍ରି କରି ପ୍ରଫିଟ କମାଇଛି । 30 ସେୟାର ଉପରେ ଆଧାରିତ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଉପଲବ୍ଧ ସୂଚନା ଅନୁଯାୟୀ, କଷ୍ଟଡିୟନ ଅଫ ଏନମୀ ପ୍ରପର୍ଟି ଫର ଇଣ୍ଡିଆ (CEPI) ଆକ୍ଟ ଅନ୍ତର୍ଗତ ଏହି ସମ୍ପତ୍ତି ଜବତ କରି ବିକ୍ରି କରାଯାଇଛି ।

ପ୍ରକାଶ ଥାଉ ଯେ, ଓ୍ବିପ୍ରୋରେ 4.43 କୋଟି ସେୟାର ପାକିସ୍ତାନ ନାଗରିକଙ୍କର ରହିଥିଲା । ଯାହାକୁ 258.90 ଟଙ୍କା ସେୟାର ଦରରେ ବିକ୍ରି କରାଯାଇଛି । ଏହି ସେୟାର ଏଲଆଇସି ବ୍ୟତୀତ ଜେନେରାଲ ଇନ୍ସୁରାନ୍ସ ଓ ନ୍ୟୁ ଇଣ୍ଡିଆ ଆସ୍ୟୋରାନ୍ସ କିଣିଛି । ଏହି ବିକ୍ରି ଟଙ୍କା ସରକାରଙ୍କ ଖାତାକୁ ଯାଇଛି ।

ପାକ ବଜାରରେ ଏବେ ଦର ବୃଦ୍ଧି ଚଡକ । ଇନ୍ଧନ ଠାରୁ ଆରମ୍ଭ କରି ଖାଦ୍ୟସାମଗ୍ରୀ ସବୁ ଆକାଶଛୁଆଁ । 5 ବର୍ଷର ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ପୀତି । ମୁଦ୍ରାଭଣ୍ଡାରରେ ମାତ୍ର 850 କୋଟି ଡଲାରର ପହଞ୍ଚିଛି । ଚାକିରୀ ହରାଇ ଲୋକେ ଦେଶ ଛାଡି ଯାଉଛନ୍ତି । ଆମଦାନୀ ଖର୍ଚ୍ଚ ବଢୁଥିବାରୁ ବ୍ୟବସାୟୀଙ୍କ ବେପାର ଠପ । ଏପରି ସମୟରେ ଦେଶର 1150 କୋଟି ସେୟାରକୁ ବିକ୍ରି କରି ଟଙ୍କା ହାତେଇ ପାକକୁ ଶିକ୍ଷା ଦେଇଛି ଭାରତ ।

For All Latest Updates

ABOUT THE AUTHOR

...view details