ନୂଆଦିଲ୍ଲୀ: ଆମେରିକା ପରେ ଦ୍ବିତୀୟ ହ୍ୟାକ ରେକର୍ଡରେ ଭାରତ । ଦେଶରେ ଘଣ୍ଟାକୁ 1 ଲକ୍ଷ 40 ହଜାର ଆକାଉଣ୍ଟ ହ୍ୟାକ ହେଉଛି । 2018ରେ ହ୍ୟାକରମାନେ 120.8 କୋଟି ଆକାଉଣ୍ଟକୁ ହ୍ୟାକ କରି ନିଜ କବଜାକୁ କରିବାକୁ ଚେଷ୍ଟା କରିଛନ୍ତି । ଏ ନେଇ ଆକାମାଇ ନାମକ ଏକ ବୈଷୟିକ ପତ୍ରିକାର ‘କ୍ରିଡେନସିଆଲ ଷ୍ଟଫି: ଆଟାକ୍ସ ଆଣ୍ଡ ଇକୋନୋମିଜ’ ରିପୋର୍ଟରେ ପ୍ରକାଶ ପାଇଛି ।
ହ୍ୟାକର ଟାର୍ଗେଟରେ ଭାରତ, ଘଣ୍ଟାକୁ 1.4ଲକ୍ଷ ଆକାଉଣ୍ଟ ହ୍ୟାକ - attempt
ଆମେରିକା ପରେ ଦ୍ବିତୀୟ ହ୍ୟାକ ରେକର୍ଡରେ ଭାରତ । ଦେଶରେ ଘଣ୍ଟାକୁ 1 ଲକ୍ଷ 40 ହଜାର ଆକାଉଣ୍ଟ ହ୍ୟାକ ହେଉଛି । 2018ରେ ହ୍ୟାକରମାନେ 120.8 କୋଟି ଆକାଉଣ୍ଟକୁ ହ୍ୟାକ କରିଛନ୍ତି ।
ରିପୋର୍ଟ ମୁତାବକ, ନୂଆ କରି ଲଗଇନ ହେଉଥିବା ଆକାଉଣ୍ଟର ପାସୱାର୍ଡ ଓ ୟୁଜରନେମକୁ ଚୋରି କରି ଆକାଉଣ୍ଟକୁ ଗୁଡିକୁ ହ୍ୟାକ କରାଯାଉଛି । ବିଶେଷ କରି ଅଧିକ ପରିମାଣରେ ଏହି ହ୍ୟାକିଂ ମାମଲା ମିଡିଆ ସଂସ୍ଥା, ମନୋରଞ୍ଜନ ଶିଳ୍ପ ଓ ବିଭିନ୍ନ ଗେମ କମ୍ପାନୀଗୁଡିକରେ ଦେଖିବାକୁ ମିଳୁଛି ।
ହ୍ୟାକିଂ ଲିଷ୍ଟର ଶୀର୍ଷରେ ବିକଶିତ ରାଷ୍ଟ୍ର ଆମେରିକାରେ ରହିଛି । ଗତବର୍ଷ ଏଠାରେ ପାଖାପାଖି 1200 କୋଟି ଆକାଉଣ୍ଟ ହ୍ୟାକ ଉଦ୍ୟମ କରାଯାଇଛି । ସେହିପରି ତୃତୀୟରେ 102.54 କୋଟି ହ୍ୟାକିଂ ସହ କାନାଡା ତୃତୀୟରେ ରହିଛି । ଏଥିସହ ଚତୁର୍ଥରେ ଜର୍ମାନୀ (76.07) ଓ ପଞ୍ଚମରେ ଅଷ୍ଟ୍ରେଲିଆ(10.46) ଅଛି ।