ଓଡିଶା

odisha

By

Published : Oct 14, 2020, 8:27 AM IST

ETV Bharat / business

2021ରେ 8.8 ପ୍ରତିଶତ ଲମ୍ଫ ମାରିବ ଭାରତୀୟ ଅର୍ଥବ୍ୟବସ୍ଥା

କୋରୋନା ମାଡରେ ପ୍ରଭାବିତ ଭାରତୀୟ ଅର୍ଥବ୍ୟବସ୍ଥା 2020ରେ 10.3 ପ୍ରତିଶତ ହ୍ରାସ ହେବାକୁ ଥିବା ଅନୁମାନ କରିଛି ଆଇଏମଏଫ । ତେବେ 2021ରେ ଏହା ପୁଣି ଥରେ ଟ୍ରାକକୁ ଫେରିବା ସହ ଦ୍ରୁତତମ ବିକାଶଶୀଳ ଅର୍ଥନୀତିର ମାନ୍ୟତା ହାସଲ କରି ଚୀନକୁ ଦେବ ଟକ୍କର । ଅଧିକ ପଢନ୍ତୁ..

2021ରେ 8.8 ପ୍ରତିଶତ ଲମ୍ଫ ମାରିବ ଭାରତୀୟ ଅର୍ଥବ୍ୟବସ୍ଥା
2021ରେ 8.8 ପ୍ରତିଶତ ଲମ୍ଫ ମାରିବ ଭାରତୀୟ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀରେ ଗଭୀର ଭାବେ ପ୍ରଭାବିତ ଭାରତୀୟ ଅର୍ଥବ୍ୟବସ୍ଥା । ଏଥିଯୋଗୁଁ ଏ ବର୍ଷ 10.3 ପ୍ରତିଶତ ଅର୍ଥବ୍ୟବସ୍ଥା ସଙ୍କୁଚିତ ହେବା ଅନୁମାନ ରହିଛି । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) ମଙ୍ଗଳବାର ଏନେଇ କହିଛି । ସେପଟେ ଏହି ସମୟରେ ବିଶ୍ବ ଅର୍ଥବ୍ୟବସ୍ଥାରେ 4.4 ପ୍ରତିଶତ ହ୍ରାସ ଓ 2021ରେ 5.2 ପ୍ରତିଶତର ଜୋରଦାର ବୃଦ୍ଧି ସହ ଆଗକୁ ବଢିବା ଅନୁମାନ କରାଯାଇଛି ।

ତେବେ ଆଇଏମଏଫ କହିଛି ଯେ, 2021ରେ ଭାରତୀୟ ଅର୍ଥବ୍ୟବସ୍ଥା ସମ୍ଭତଃ 8.8 ପ୍ରତିଶତ ଉଛୁଳିପାରେ । ଏଥିସହ ଚୀନକୁ ପଛରେ ପକାଇ ଦ୍ରୁତ ଅଭିବୃଦ୍ଧିଶୀଳ ଉଦୀୟମାନ ଅର୍ଥବ୍ୟବସ୍ଥା ଭାବେ ଉଭା ହେବ ଭାରତ । ତେବେ ଚୀନ 2021 ରେ 8.2 ପ୍ରତିଶତ ବୃଦ୍ଧି ହାସଲ କରିବା ଅନୁମାନ ଅଛି । ଆଇଏମଏଫର ଏହାର ‘ ବିଶ୍ବ ଆର୍ଥିକ ଦୃଶ୍ୟପଟ୍ଟ ’ ଶୀର୍ଷକ ଉପରେ ଜାରି ରିପୋର୍ଟରେ ଏନେଇ ପ୍ରକାଶ କରିଛି ।

ଏହି ରିପୋର୍ଟ ଆଇଏମଏଫ ଓ ବିଶ୍ବ ବ୍ୟାଙ୍କର ବାର୍ଷିକ ବୈଠକ ପୂର୍ବରୁ ଜାରି କରାଯାଇଛି । ଏଥିରେ କୁହାଯାଇଛି କି 2020ରେ ବୈଶ୍ବିକ ଅର୍ଥବ୍ୟବସ୍ଥାରେ 4.4 ପ୍ରତିଶତ ହ୍ରାସ ଆସିବ । 2021ରେ ରେ ଏହା 5.2 ପ୍ରତିଶତ ବୃଦ୍ଧି ହେବ ।

ଆର୍ଥିକ ଗତିବିଧି ମାମଲାରେ ଭାରତର ମାମଲା ଅନୁମାନ ସଂଶୋଧନ ବଢିଛି । ଏଠାରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଦ୍ବିତୀୟ ତ୍ରୟମାସ (ଏପ୍ରି-ଜନ , ଭାରତର ଆର୍ଥିକ ବର୍ଷ ଅନୁସାରେ ପ୍ରଥମ ତ୍ରୟମାସ) ମଧ୍ୟରେ ଅନୁମାନ ଠାରୁ ବଡ ହ୍ରାସ ଦେଖିବାକୁ ମିଳିଛି । ଏହାର ପରିଣାମ ସ୍ବରୂପ ଅର୍ଥବ୍ୟବସ୍ଥା 2020 ରେ 10.3 ପ୍ରତିଶତ ହ୍ରାସ ଅନୁମାନ ଅଛି । ଯେତେବେଳେ କି 2021 ରେ ଏଥିରେ 8.8 ପ୍ରତିଶତ ବୃଦ୍ଧି ସହ ଅଭିବୃଦ୍ଧି ଆସିବା ଅନୁମାନ ଅଛି ।

ଏହା ପୂର୍ବରୁ 2019ରେ ଭାରତର ଆର୍ଥିକ ବୃଦ୍ଧି ହାର 4.2 ପ୍ରତିଶତ ଥିଲା । ଆଇଏମଏଫ ଅନୁସାରେ ଜଳବାୟୁ ପରିବର୍ତ୍ତନରେ ସବୁଠୁ ଅଧିକ ପ୍ରଭାବିତ ଦେଶ ମଧ୍ୟରେ ଭାରତ ସାମିଲ ଅଛି ।

ABOUT THE AUTHOR

...view details