ଓଡିଶା

odisha

By

Published : Apr 18, 2019, 6:56 PM IST

ETV Bharat / business

ବୁଡିବାକୁ ବସିଲାଣି ଭାରତୀୟ ଡାକ

ବିଏସଏନଏଲ ଓ ଜେଟ ଏୟାରୱେଜ ପରେ ଏବେ ଦେବାଳିଆ ସ୍ଥିତିରେ ଭାରତୀୟ ଡାକ। 2018-19 ଆର୍ଥିକ ବର୍ଷରେ ଇଣ୍ଡିଆ ପୋଷ୍ଟର ମୋଟ 15,000 କୋଟି ଟଙ୍କା କ୍ଷତି ହୋଇଥିବା ଜଣାପଡିଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବିଏସଏନଏଲ ଓ ଜେଟ ଏୟାରୱେଜ ପରେ ଏବେ ଦେବାଳିଆ ସ୍ଥିତିରେ ଭାରତୀୟ ଡାକ। ଆଦାୟ ତୁଳନାରେ ଖର୍ଚ୍ଚ ଅଧିକ ଯୋଗୁଁ ସର୍ବୋଚ୍ଚ ରେକର୍ଡରେ ଆର୍ଥିକ ସଙ୍କଟ । । 2018-19 ଆର୍ଥିକ ବର୍ଷରେ ଇଣ୍ଡିଆ ପୋଷ୍ଟର ମୋଟ 15,000 କୋଟି ଟଙ୍କାର କ୍ଷତି ହୋଇଛି । ଯେଉଁଥିପାଇଁ ଏଠାରେ କାମ କରୁଥିବା ହଜାର ହଜାର କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ଜଣାପଡିଛି ।

ଆର୍ଥିକ ସଂଙ୍କଟ ରେସରେ ଭାରତୀୟ ଡାକ ବଡ ବଡ ସରକାରୀ ଓ ଘରୋଇ କମ୍ପାନୀକୁ ମଧ୍ୟରେ ପଛରେ ପକାଇଛି । ଗତ 3 ବର୍ଷରେ ଇଣ୍ଡିଆ ପୋଷ୍ଟର ଘାଟା 150 ପ୍ରତିଶତ ବଢିଛି । ଫଳରେ ବର୍ତ୍ତମାନ ସ୍ଥିତିରେ ଦେଶର ବୃହତ୍ତମ ଆଦାନପ୍ରଦାନ ସେବା ଡାକଘର ସବୁଠୁ ଦୁର୍ବଳ ଓ ମାନ୍ଦା କମ୍ପାନୀ ଭାବେ ମୁଣ୍ଡ ଟେକିଲାଣି ।

ଗତ ଆର୍ଥିକ ବର୍ଷରେ ଇଣ୍ଡିଆ ପୋଷ୍ଟରେ 18,000 କୋଟିର ରାଜସ୍ବ ଆଦାୟ ହୋଇଛି । ହେଲେ କର୍ମଚାରୀଙ୍କ ଦରମା ଓ ଭତ୍ତା ବାବଦକୁ ମୋଟ 16,620 କୋଟି ଟଙ୍କା ଓ ପେନସନ ବାବଦକୁ 9,782 କୋଟି ଟଙ୍କା ବଣ୍ଟନ ହୋଇଛି । ଅର୍ଥାତ ମୋଟ ବ୍ୟୟ 26,400 କୋଟି ଟଙ୍କାକୁ ଛୁଇଁଛି ।

ସେହିପରି ଚଳିତ ଆର୍ଥିକ ବର୍ଷ (2019-20)ରେ କର୍ମଚାରୀଙ୍କ ଦରମା ଓ ଭତ୍ତା ବାବଦରେ 17,451 କୋଟି ଓ ପେନସନ ପାଇଁ 10,271 କୋଟି ରହିବ । ହେଲେ ଇତିମଧ୍ୟରେ ଆଦାୟ ମାତ୍ର 19,203 କୋଟି ରହିବ ବୋଲି କମ୍ପାନୀ ପକ୍ଷରୁ ଅନୁମାନ କରାଯାଉଛି । ଏଥିରୁ ସ୍ପଷ୍ଟ ଯେ, ଆଗାମୀ ଦିନରେ କମ୍ପାନୀ ଅବସ୍ଥା ଦୟନୀୟ ରହିବ ।

ABOUT THE AUTHOR

...view details